ବାହାନଗା ରେଳ ଦୁର୍ଘଟଣା: ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଆସିଲା ଏନଓସି

ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୮ ମୃତଦେହର ଶେଷକୃତ୍ୟ ବିଏମସି କରିବ ବୋଲି ନିଷ୍ପତ୍ତି ହୋଇଥିବା ବିଏମସି କମିସନର କହିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାରେ ପରିଚୟ ମିଳିପାରିନଥିବା ୨୮ଟି ମୃତଦେହର ଅନ୍ତିମ ସତ୍କାର କରିବ ବିଏମସି। ଶବ ସତ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଏନଓସି ଆସିଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ବିଜୟ ଅମୃତ କୁଳାଙ୍ଗେ। ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୮ ମୃତଦେହର ଶେଷକୃତ୍ୟ ବିଏମସି କରିବ ବୋଲି ନିଷ୍ପତ୍ତି ହୋଇଥିବା ବିଏମସି କମିସନର କହିଛନ୍ତି।

ବିଏମସି ପକ୍ଷରୁ ଶବ ହସ୍ତାନ୍ତର ପାଇଁ ଭୁବନେଶ୍ବର ଏମ୍ ସ ପ୍ରଶାସନକୁ ଚିଠି ଲେଖାଯାଇଥିଲା। ଏମ୍ ସ ପକ୍ଷରୁ ସିବିଆଇକୁ ଏନେଇ ଚିଠି କରାଯାଇଛି। ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତର ଓ ଶେଷକୃତ୍ୟ ହେବ। ଦିନେ ଦୁଇ ଦିନ ଭିତରେ ସିବିଆଇ ଅଧିକାରୀମାନେ ଆସି ଶବ ହସ୍ତାନ୍ତର କରିବେ ବୋଲି କହିଛନ୍ତି ବିଏମସି କମିସନର। ଏସ୍ଓପି ଅନୁସାରେ ସତ୍କାର ହେବ। ସତ୍ୟନଗର ଓ ଭରତପୁର ସହ ଅନ୍ୟ ଶ୍ମଶାନରେ ଶେଷକୃତ୍ୟ ହେବ।