Below header

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌, ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାଲେଶ୍ୱର (କେନ୍ୟୁଜ):  ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା ପଛରେ ବାହାନଗା ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର ଏସ୍‌.ବି ମହାନ୍ତି ଓ ବାଲେଶ୍ୱର ସିଗନାଲ୍‌ ଇନଚାର୍ଜ ଏ.କେ.ମହନ୍ତ ଥିବା ପ୍ରମାଣ ମିଳିଛି । ଉଭୟଙ୍କୁ ଆଜି ଗିରଫ କରିପାରେ ସିବିଆଇ ।

ଗତକାଲି ସନ୍ଧ୍ୟାରେ ବାହାନଗା ଷ୍ଟେସନରୁ ପୁଣି ଦୁଇଜଣଙ୍କୁ ଉଠାଇନେଇଛି ସିବିଆଇ ଟିମ୍‌ । ପୂର୍ବରୁ ରେଳ ବିଭାଗର ୫ଜଣ କର୍ମଚାରୀଙ୍କୁ ସିବିଆଇ ନିଜ ହେପାଜତକୁ ନେଇଥିଲା । ସମସ୍ତଙ୍କୁ ଚାନ୍ଦିପୁରରେ ନିଜ ହେପାଜତରେ ରଖିଛି । ଅଲଗା ଅଲଗା ରୁମ୍‌ରେ ରଖାଯାଇ ପଚରାଉଚରା କରାଯାଉଛି। ଦୁଇଜଣଙ୍କ ଭୂମିକା ଧରାପଡିଥିବାବେଳେ ବାକି ୫ଜଣଙ୍କର ଭୂମିକା ଖୋଜୁଛି ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.