ପଟ୍ଟାମୁଣ୍ଡାଇ: ପାରିବାରିକ କଳହରୁ ଭାଇକୁ ହାଣିଲା ଭାଇ

ପାରିବାରିକ କଳହରୁ ଭାଇକୁ ହାଣିଲା ଭାଇ। ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଷଣ୍ଢପାଲି ଗ୍ରାମରେ ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣା । ଅନୁପମ ବେହେରାକୁ ଏକ ଧାରୁଆ କତାରେ ହାଣିଲା ସାନଭାଇ ସନାତନ ବେହେରା ।

ପଟ୍ଟାମୁଣ୍ଡାଇ(କେନ୍ୟୁଜ): ବୀଭତ୍ସ ହତ୍ୟା । ବଡ଼ଭାଇକୁ କଟୁରୀରେ ହାଣିଲା ସାନଭାଇ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲ୍ଲୀ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଅନୁପମ ବେହେରା ।

ପାରିବାରିକ କଳହରୁ ସାନଭାଇ ସନାତନ କଟୁରୀରେ ବଡଭାଇ ଅନୁପମଙ୍କ ମୁହଁ ଓ କାନ୍ଧକୁ ବାରମ୍ବାର ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ବଡ଼ଭାଇ ଅନୁପମକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ସନାତନ । ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Leave A Reply

Your email address will not be published.