Below header

ବାହାନଗା ବିଭୀଷିକା: ଆହତ ମାନଙ୍କୁ ରକ୍ତଦାନ ପାଇଁ ଆଗକୁ ଆସିଲେ ସପ୍ତମ ବାଟାଲିୟନ ପୋଲିସ

ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଲୋକମାନେ ଆଗକୁ ଆସି ରକ୍ତଦାନ କରୁଥିବା ବେଳେ ଭୁବନେଶ୍ୱରର ସପ୍ତମ ବାଟାଲିୟନ ପୋଲିସ ରକ୍ତ ଦାନ କରିଛନ୍ତି

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହି ଭୟାନକ ଦୁର୍ଘଟଣାରେ ସରକାର ଦେଇଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନ ଯାଇଛି । ସେହିପରି ଅନେକ ଲୋକ ଗୁରୁତର ଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ପାଇଁ ରକ୍ତର ଆବଶ୍ୟକତା ପଡ଼ୁଛି ।

ioii

ଅନେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଲୋକମାନେ ଆଗକୁ ଆସି ରକ୍ତଦାନ କରୁଥିବା ବେଳେ ଭୁବନେଶ୍ୱରର ସପ୍ତମ ବାଟାଲିୟନ, କମିଶନରେଟ୍ ପୋଲିସ ହାବିଲଦାର ଓ ସିପାହୀ ଆସୋସେସନର ସଭାପତି ବିନୋଦ କୁମାର ବଳଙ୍କ (ନିଲୁ) ପ୍ରୟାସରେ ସ୍ଵଛାକୃତ ଭାବରେ ୨୨ଜଣ ଯୁବ ପୋଲିସ ଭାଇ ଆହତ ମାନଙ୍କୁ ରକ୍ତ ଯୋଗାଇ ଦେବା ପାଇଁ କଟକ ବଡ ମେଡିକାଲରେ ପହଞ୍ଚି ରକ୍ତ ଦାନ କରିଛନ୍ତି। ପୋଲିସ ମାନଙ୍କର ଏପରି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ନେଇ ଚାରି ଆଡେ ପ୍ରଶଂସା କରାଯାଉଛି।

 

ingyq s xow c

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.