Below header

କୋଭିଡ଼ ଡବଲ ଡୋଜ୍ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

କେନ୍ୟଜୁ(ବ୍ୟୁରୋ):  କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ଆଜି ସକାଳେ ସେ ତାଙ୍କ ବଲାଙ୍ଗୀର ସ୍ଥିତ ବାସଭବନରେ  ନିଜର କରୋନା  ଟେଷ୍ଟ କରାଇଥିଲେ । ଟେଷ୍ଟିଂରେ  ତାଙ୍କର ନମୁନା ପଜିଟିଭ ଆସିଥିବା ଜଣାପଡିଛି। କୌଣସି ଲକ୍ଷଣ ନଥିଲେ ବି ସେ ପରୀକ୍ଷା କରାଇଥିଲେ । କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ   ସ୍ୱାସ୍ଥ୍ୟବସ୍ଥା  ସ୍ଥିର ରହିଛି ।  ଶ୍ରୀ ମିଶ୍ର କରୋନା ଟିକାର ଉଭୟ ଡୋଜ ନେଇ ସାରିଥିଲେ ମଧ୍ୟ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ପିଜିଟିଭ୍ ଚିହ୍ନଟ ପରେ ନରସିଂହ କହିଛନ୍ତି କିଛି ଦିନ ମଧ୍ୟରେ ଯୋଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ତା ସହ ସମସ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.