Below header

ପ୍ରସୂତୀ ମୃତ୍ୟୁକୁ ନେଇ ଆନନ୍ଦପୁର ଡାକ୍ତରଖାନାରେ ଉତ୍ତେଜନା

ଆନନ୍ଦପୁର (କେନ୍ୟୁଜ୍‌) : ଆନନ୍ଦପୁର ଡାକ୍ତରଖାନାରେ ଜଣେ ଚିକିତ୍ସାଧୀନ ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ପରିବାର ଲୋକ ଏବଂ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ହୋହାଲ୍ଲା କରିଥିଲେ । ଉତ୍ତେଜନା ବୃଦ୍ଧି ପାଇବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ୍‌କୁ ଖବର ଦେଇଥିଲେ । ଘସିପୁରା ପୋଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

HOSPITAL-2

ନନ୍ଦିପଦା ଥାନା ନଇଛଣପୁର ଗାଁର ତପନ ଦେହୁରୀଙ୍କ ପତ୍ନୀ ଚଗିଲି ପ୍ରସବ ପାଇଁ ଗତ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଅପରେସନ୍‌ ଦ୍ୱାରା ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ହଠାତ୍‌ ଆଜି ସନ୍ଧ୍ୟାରେ ସେ ଡାକ୍ତରଖାନା ବେଡ୍‌୍‌ରେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଲୋକେ ଡାକ ପକାଇଥିଲେ । ହେଲେ ସେମାନଙ୍କ ଅଭିଯୋଗ ଯେ ଡାକ୍ତର କିମ୍ବା ନର୍ସ କେହି ଶୁଣିନଥିଲ । ବହୁ ସମୟ ପରେ ଡାକ୍ତର ଓ ନର୍ସ ପହଞ୍ଚିବା ବେଳକୁ ମହିଳାଙ୍କର ମୃତ୍ୟୁ ହୋଇ ସାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ତେବେ ଏନେଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରିବାରୁ ପ୍ରସୂତୀଙ୍କ ଚିକିତ୍ସାକୁ ଗୁରୁତ୍ୱ ଦିଅଯ ପ୍ରଥମିକତା ଦିଆଯାଇଥିଲା ଏବଂ କୌଣସି ଅବହେଳା କରାଯାଇ ନାହିଁ ବୋଲି ସଫେଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.