Below header

କୋରାପୁଟ: ପ୍ରବାସରୁ ଫେରିବା ବେଳେ ରାସ୍ତାରେ ଚାଲିଗଲା ସ୍ବାମୀର ଜୀବନ, କୋଭିଡ୍‌ରେ ମୃତ୍ୟୁ ହୋଇଥିବା ସନ୍ଦେହ

ଜୟପୁର(କେନ୍ୟୁଜ୍):  ସ୍ୱାମୀ ସ୍ତ୍ରୀ ପ୍ରବାସରୁ ଫେରିବା ବେଳେ ସ୍ୱାମୀଙ୍କ ମୃତ୍ୟୁ। ଅସହାୟ ହୋଇ ମୃତ ଦେହ ନିକଟରେ ଝୁରିଝୁରି କାନ୍ଦୁଛନ୍ତି ପତ୍ନୀ। ଜୟପୁର ବୋରିଗୁମ୍ମା ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନାଁ ଶ୍ୟାମ ଭୋଇ। ଘର ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୁଣ୍ଠାବାଲି ଗାଁରେ। ଶ୍ୟାମ ଓ ସ୍ତ୍ରୀ କ୍ଷୀର ଭୋଇ ଉଭୟ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରୁଥିଲେ। ଶ୍ୟାମଙ୍କ ଦେହ ଖରାପ ହେବାରୁ ଘରକୁ ଫେରିଯିବା ପାଇଁ କହିଥିଲେ ଇଟାଭାଟି ମାଲିକ।

ମଙ୍ଗଳବାର ହାଇଦ୍ରାବାଦରୁ ବାହାରି, ଆଜି ବସ ଯୋଗେ ଛତିଶଗଡ଼-ଓଡ଼ିଶା ସୀମାରେ ପହଞ୍ଚିଥିଲେ ଶ୍ୟାମ ଓ କ୍ଷୀର । ପରେ ଚାନ୍ଦିଲିଠାରୁ ଅଟୋ ଯୋଗେ ଗାଁ ଅଭିମୁଖେ ଯିବା ସମୟରେ ବାଟରେ ଅଟକିଥିଲେ। ସେଠାରେ ହିଁ ଶ୍ୟାମଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ବୋରିଗୁମ୍ମା ତହସିଲଦାର ପହଞ୍ଚି ତଦନ୍ତ କରିବା ସହ ଅଟୋ ଡ୍ରାଇଭର ଓ କ୍ଷୀର ଭୋଇଙ୍କୁ ପିପିଇ କିଟ୍‌ ଦେଇ ତାଙ୍କ ଗାଁକୁ ପଠାଇ ଦେଇଛନ୍ତି। ସନ୍ଦେହ କରାଯାଉଛି ଶ୍ୟାମ ଭୋଇଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.