Below header

ମହିଳା କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ ପରେ ବଲାଙ୍ଗିର ଉପଜିଲ୍ଲାପାଳ ନିଲମ୍ବିତ

ବଲାଙ୍ଗିର (କେ ନ୍ୟୁଜ୍‌) : ସାଂଘାତିକ ଅଭିଯୋଗ ପରେ ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଜଣେ ବିଧବା ମହିଳା କିରାଣୀ ଅସଦାଚରଣ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ ଗତ ଅଗଷ୍ଟ ୨୬ ତାରିଖ ଦିନ ଅଭିଯୋଗ ଆସିବା ପରେ ଏକ ଛଅ ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା ।

ଏଥିରେ ଡେପୁଟୀ କଲେକ୍ଟର ସୁଚିତା ପୁଷ୍ପା, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ୫ଜଣ ମହିଳା ଅଧିକାରୀ ଓ ଜଣେ ଓକିଲ ଏହି ଟିମ୍‌ରେ ସାମିଲ ଅଛନ୍ତି । ତେବେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ସଂଜୟ ମିଶ୍ର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.