Below header

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କିଏ ମାରିବ ବାଜି? ଆରମ୍ଭ ହୋଇ ଯାଇଛି ଭୋଟ ଗଣତି

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ କିଏ ମାରିବ ବାଜି ? ଗଣତି ଉପରେ ରହିଛି ସମସ୍ତଙ୍କ ନଜର । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସବୁ ଗଣତି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

EVMରେ ସିଲ୍‌ ହୋଇ ରହିଛି ୧୫ ପ୍ରାର୍ଥୀଙ୍କ ଭାଗ୍ୟ । ବାଲେଶ୍ୱର ସଦର ଆସନ ଉପନିର୍ବାଚନରେ ୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରାଇଛନ୍ତି । ସେହିପରି ତିର୍ତ୍ତୋଲ ଉପନିର୍ବାଚନ ରଣାଙ୍ଗନରେ ଥିଲେ ୯ ଜଣ ପ୍ରାର୍ଥୀ । ଦୁଇଟି ଯାକ ଆସନରେ ୪ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.