ଆଜି ହିଁ ନେଇ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗହଣା, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ସାମାନ୍ୟ କମିଲା ସୁନା ଦର। ଗତକାଲି ତୁଳନାରେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୨୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୨୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୦୦ ଟଙ୍କା ଓ ୫୩,୦୨୦ ଟଙ୍କା ଛୁଇଁଛି।
gold shopଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୫୧,୨୩୦ ଟଙ୍କା ଓ ୫୨,୨୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୦,୬୫୦ ଟଙ୍କା ଓ ୫୫,୨୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୯,୨୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୩,୩୯୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୫୨୦ ଟଙ୍କା ଓ ୫୨,୭୨୦ ଟଙ୍କା ରହିଛି ।

ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୪,୪୦୦ ଟଙ୍କା କମିଛି। ଯାହା ଫଳରେ ଆଜି ରୁପା ମୂଲ୍ୟ ୬୧,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି।

Leave A Reply

Your email address will not be published.