Below header

‘ପ୍ରଥମେ ନିଜକୁ ଚିହ୍ନ ତାପରେ ଦୁନିଆକୁ ଚିହ୍ନିବ’ ମୋଦିଙ୍କ ଏହି ପଦେ କଥା ପ୍ରେରଣା ଯୋଗାଇଛି ଆକାଶଙ୍କୁ, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ଯକ୍ରମରେ ଥିଲେ ସାମିଲ୍

ଜଳେଶ୍ବର(କେନ୍ୟୁଜ୍):ଗତ ଜାନୁଆରୀ ମାସ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ସମ୍ବୋଧନ କରିଥିଲେ । ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ୨୦୨୦ରୁ ଏକ ନୂଆ ଦଶନ୍ଧିର ଆରମ୍ଭ ହୋଇଥିବା କହିଥିଲେ।
ଏହି ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦଶନ୍ଧିରେ ଦେଶ ଯେଉଁ ପ୍ରଗତି କରିବ ସେଥିରେ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। ପରୀକ୍ଷା ସମୟରେ କିପରି ଚାପ ଓ ଭୟମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ ଦେଖାଇଥିଲେ।

saveତେବେ ଏହି କାର୍ଯ୍ଯକ୍ରମରେ ସମଗ୍ର ଭାରତ ବର୍ଷରୁ ବିଭିନ୍ନ ରାଜ୍ଯରୁ ୧୧୫୦ଜଣ ଛାତ୍ର ଛାତ୍ରୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗୁରୁମନ୍ତ୍ରକୁ ଶୁଣିବାର ସ୍ବଭାଗ୍ଯ ଅର୍ଜନ କରିଥିଲେ । ଯାହାଙ୍କ ଭିତରୁ ଓଡିଶାରୁ ୨୧ଜଣ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ଏହି ସୁଯୋଗ । ସେମାନଙ୍କ ଭିତରେ ବାଲେଶ୍ବର ଜିଲ୍ଲାର ଜଣେ ମାତ୍ର ଛାତ୍ର ଏହି ସୁବର୍ଣ୍ଣ ସୁଯୋଗର ଅଧିକାରୀ ହୋଇଥିଲେ । ସେ ହେଉଛିନ୍ତି ବସ୍ତା ବ୍ଳକ୍ ଅନ୍ତର୍ଗତ ଗୁଣ୍ଡରିମାରା ଗ୍ରାମର ଆକାଶ ସେନାପତି ।

aksh 1ଆକାଶଙ୍କ ଘରର ଆର୍ଥିକ ସ୍ଥିତି ସେପରି ସ୍ବଚ୍ଛଳ ନୁହେଁ କିମ୍ବା ସେ କୌଣସି ପ୍ରତିଷ୍ଠିତ ଘରୋଇ ବିଦ୍ଯାଳୟର ଛାତ୍ର ନୁହନ୍ତି । ବାପା ଜଣେ ଚାଷୀ । କିନ୍ତୁ ନିଜର ଇଚ୍ଛା ଶକ୍ତି ଏବଂ ପ୍ରତିଭା ବଳରେ ସେ ଅନ୍ ଲାଇନରେ ପରୀକ୍ଷା ଦେଇ ଉତିର୍ଣ୍ଣ ହେବାପରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ କଥାକୁ ସିଧାସଳଖ ଶୁଣି ମନେରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିଥିଲେ ।

modiତେବେ ଏହି କାର୍ଯ୍ଯକ୍ରମ ଜରିଆରେ ସେ ବହୁତ କିଛି କଥା ଜାଣିବାର ସୁଯୋଗ ପାଇଥିବା କହିଛନ୍ତି । ଏହାସହ ମୋଦି କହିଥିବା କଥା- ପ୍ରଥମେ ନିଜକୁ ଚିହ୍ନ ତାପରେ ଦୁନିଆକୁ ଚିହ୍ନିବ ଯାହା ତାଙ୍କୁ ବିଶେଷ ଭାବେ ପ୍ରେରିତ କରିଛି । ସେ ନିଜ ସହପାଠୀ ମାନଙ୍କୁ ମଧ୍ଯ ଏହା ଆହ୍ବାନ ଦେଇଛନ୍ତି ଯେ ପ୍ରଥମେ ଆମେ ନିଜକୁ ଚିହ୍ନିବା ଆବଶ୍ଯକ। ତେବେ ସେ ଏହି ସୁଯୋଗ ପାଇଥିବାରୁ ସମସ୍ତ ଶ୍ରେୟ ନିଜ ବାପା ମା ଏବଂ ଶିକ୍ଷକ ଶିକ୍ଷତ୍ରୀଙ୍କୁ ଦେଇଛନ୍ତି । ସେ ଜୀବନରେ ଜଣେ ଡକ୍ଟର ହେବାକୁ ଇଚ୍ଛା ରଖିଥିବାବେଳେ ସେ ଆଗକୁ ଆହୁରି ପରିଶ୍ରମ କରି ରାଜ୍ୟ ତଥା ଦେଶର ନାକୁ ଆହୁତ ଗର୍ବିତ କରିବାକୁ ଆଶା ରଖିଛନ୍ତି ।

ଜଳେଶ୍ବରରୁ ରାଧାଗୋବିନ୍ଦ ଦାସଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.