Below header

ପେନସନ୍‌ଧାରୀଙ୍କ ପାଇଁ ବଡ ଖବର, ବଜେଟ୍‌ରେ ଟ୍ୟାକ୍ସ ରିହାତି ବଢି ହୋଇପାରେ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ: ପେନସନ୍‌ରେ ମିଳୁଥିବା ମାସିକ ଆୟ ଉପରେ ସରକାର ବଜେଟ ଅଧିବେଶନରେ ବଡ ରିହାତି ଦେଇପାରନ୍ତି। ରିପୋର୍ଟ ଅନୁଯାୟ ଶ୍ରମ ମନ୍ତ୍ରାଳୟ ଅର୍ଥ ମନ୍ତ୍ରାଳୟଙ୍କୁ ଏହି ସମ୍ପର୍କରେ ଏକ ପ୍ରସ୍ତାବ ପଠାଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ପୂର୍ବରୁ ଥିବା ଅର୍ଥରାଶି ୧୫,୦୦୦ଟଙ୍କାରୁ ବଢାଇ ୫୦,୦୦୦ଟଙ୍କା କରାଯାଉ। ମାସିକ ପେନସନ୍‌ରେ ହେଉଥିବା ଆୟର ଅନ୍ୟ ସ୍ରୋତ ମାଧ୍ୟମରେ ଆସିପାରିବ ଏବଂ ଟ୍ୟାକ୍ସେବଲ ହୋଇପାରିବ। ଏଥିରେ ୫୦ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ମଧ୍ୟ ମିଳିବ ନାହିଁ। ଶ୍ରମ ମନ୍ତ୍ରାଳୟ କହିବାନୁଯାୟୀ ଏହା ଭେଦଭାବପୂର୍ଣ୍ଣ। ଅର୍ଥାତ ପେନସନଧାରୀଙ୍କୁ ଏହାର ଲାଭ ଦିଆଗଲେ ଏହା ବେଶୀ ଲାଭକାରୀ ହେବ। ଏହାଦ୍ୱାରା ଅର୍ଥ ମନ୍ତ୍ରାଳୟଙ୍କ ଉପରେ ମଧ୍ୟ ଅଧିକ ଭାରି ପଡିବ ନାହିଁ। ସୂଚନା ମୁତାବକ ସରକାର ଏହି ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ଏବଂ ଚଳିତ ବର୍ଷ ଆଗାମୀ ବଜେଟ୍‌ ଅଧିବେଶନରେ ଏହି ରିହାତି ମିଳିବା ନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି।

taxes-ଏହାବ୍ୟତୀତ ୧ ଫେବୃଆରୀରେ ବଜେଟ୍‌ରେ ଉପସ୍ଥାପନ ହେବାକୁ ଥିବା ଇନକମ୍‌ ଟ୍ୟାକ୍ସରେ ମଧ୍ୟ ବଡ ପରିବର୍ତ୍ତନ ହୋଇପାରେ। ସୂଚନା ମୁତାବକ ବର୍ଷକୁ ୭ ଲକ୍ଷ ଟଙ୍କା ଆୟ ଉପରେ ୫% ଟ୍ୟାକ୍ସର ପ୍ରସ୍ତାବ ରହିଛି। ସେହିଭଳି ୭ ରୁ ୧୦ କିମ୍ବା ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସର ପ୍ରସ୍ତାବ ରହିଛି। ବର୍ତ୍ତମାନ ସମୟରେ ୫ ରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ରହିଛି। ୧୦ ରୁ ୨୦ ଲକ୍ଷରେ ୨୦ ପ୍ରତିଶତ ଟ୍ୟାକ୍ସର ପ୍ରସ୍ତାବ ରହିଛି। ସେହିଭଳି ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ। ୨୦ ଲକ୍ଷରୁ ୧୦ କୋଟି ଟଙ୍କା ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସର ପ୍ରସ୍ତାବ ରହିଛି। ଏହାବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ଆୟ ଉପରେ ୩୫ ପ୍ରତିଶତ ଟ୍ୟାକ୍ସର ପ୍ରସ୍ତାବ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.