Below header

ସ୍ପେନରେ ଗ୍ଲୋରିଆ ଝଡ ନେଲାଣି ୧୧ ଜୀବନ, ଅନେକ ଲୋକ ନିଖୋଜ

ସ୍ପେନରେ ଗ୍ଲୋରିୟା ଝଡ କାରଣରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ୍‌ ଅଛନ୍ତି। ପ୍ରକୃତିର ଏହି ତାଣ୍ଡବ କାରଣରୁ ନଦୀ ମୁହାଣ ଭାଙ୍ଗି ଯିବାରେ ଲାଗିଛି। ପୂର୍ବ ସ୍ପେନରେ ବଡ କୃଷି କ୍ଷେତ୍ରରେ ଖାର ସମୁଦ୍ର ପାଣି ଭରିବାରେ ଲାଗିଛି। ଏହି ଝଡରେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି ଏହାସହିତ ଅନେକ ଏହି ଝଡରେ ଫସି ରହିଥିବା ମଧ୍ୟ ଖବର ଆସୁଛି।

ସ୍ପେନର ପ୍ରଧାନମନ୍ତ୍ରୀ ପେଦ୍ରୋ ସ୍ୟାଞ୍ଚେଜ ହେଲିକପ୍ଟରରେ ପ୍ରଭାବିତ ଅଞ୍ଚଳକୁ ଦେଖିଛନ୍ତି। ସେ କହିଛନ୍ତି ସେ ପାଞ୍ଚଟି ଅତି କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚରେ ସହାୟତା ରାଶି ପ୍ରଦାନ କରିବେ। ଝଡ କାରଣରୁ ଭାରୀ ବର୍ଷା ମଧ୍ୟ ହେଉଛି। ସମୁଦ୍ର ଜଳ ତିନି କିଲୋମିଟର ଭିତରକୁ ଆସିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.