ଟାର୍ଗେଟ୍‌ ପୂରା ନ ହେବାରୁ କମ୍ପାନୀର ଅଫିସରମାନେ ନିଜକୁ ଦେଲେ ଏଭଳି ଦଣ୍ଡ, ସୋସିଆଲ ମଡିଆରେ କମେଣ୍ଟ କଲେ ୟୁଜର

ଚୀନ୍‌ର ଜିଲିନ୍‌ ଅଞ୍ଚଳରୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ‘ଟାର୍ଗେଟ୍‌’ ଶବ୍ଦରୁ ଦୂରେଇ ରହିବାକୁ ଇଚ୍ଛା କରିବେ। ରିପୋର୍ଟ ମୁତାବକ, ଘଟଣାଟି ଏକ ରେଷ୍ଟୁରାଣ୍ଟ କମ୍ପାନୀର। କମ୍ପାନୀର ଆନୁଆଲ ମିଟିଂରେ ଏହାର ମ୍ୟାନେଜର ଏବଂ ଡାଇରେକ୍ଟର ଟାର୍ଗେଟ୍‌ ପୂରା ନ ହେବା କାରଣରୁ ନିଜକୁ ଦଣ୍ଡ ଦେଇଛନ୍ତି। ଏଥିରେ ସେମାନେ ଅନ୍ୟ ଷ୍ଟାଫ୍‌ମାନଙ୍କ ସମ୍ମୁଖରେ ଆଣ୍ଠେଇ ଚାଲିଥିଲେ। ଏହାସହ କହୁଥିଲେ ଯେ ‘ମୁଁ ଶପଥ ନେଉଛି, ମୁଁ ହିଁ ଏଥିପାଇଁ ଦାୟୀ’।

ch3

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏହି ଭିଡିଓ ବର୍ଷର ଶେଷ ଆନୁଆଲ ମିଟିଂ ସମୟରେ ରେକର୍ଡିଂ କରାଯାଇଥିଲା। ତେବେ କମ୍ପାନୀର ଜଣେ କର୍ମଚାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ ଯେ ଏହା ଅଫିସରମାନେ ନିଜ ଇଚ୍ଛା ମୁତାବକ କରିଛନ୍ତି।

ଜଣେ ଏଣ୍ଟରଟେନ୍‌ମେଣ୍ଟ ବ୍ଲଗର ଚୀନ୍‌ର ସୋସିଆଲ ମିଡିଆ ସାଇଟ୍‌ ‘weibo’ରେ ଏହି ଘଟଣା ସହ ଜଡ଼ିତ ୧୫ଟି କ୍ଲିପ୍‌ ଅପ୍‌ଲୋଡ କରିଥିଲେ। ସେ ଦାବି କରିଥିଲେ ଯେ ଏହି କ୍ଲିପ୍‌ସକୁ ତାଙ୍କୁ କମ୍ପାନୀରେ କାମ କରୁଥିବା ଜଣେ ଅଜଣା କର୍ମଚାରୀ ପଠାଇଥିଲେ।

ch1

ଫୁଟେଜ୍‌ରେ ଦେଖାଯାଉଛି, ଷ୍ଟେଜ୍‌ରେ ସମସ୍ତେ ପତାକା ଧରି ଲାଇନ୍‌ରେ ଛିଡ଼ାହୋଇଛନ୍ତି। ଏହାପରେ ଜଣଙ୍କ ପରେ ଜଣେ ଷ୍ଟେଜ୍‌ ତଳକୁ ଆଣ୍ଠେଇ ଆଣ୍ଠେଇ ଯାଉଛନ୍ତି। ତେବେ ଭିଡିଓକୁ ଦେଖି କିଛି ଲୋକ କମେଣ୍ଟ କରି ଲେଖିଥିଲେ, ‘କର୍ମଚାରୀମାନେ ନିଜ ଚାକିରି ହରାଇବାକୁ ଚାହୁଁ ନ ଥିଲେ, ସେଥିପାଇଁ ଏପରି କଲେ’। ସେହିପରି କେତେଜଣ ଏହା ଚୀନ କମ୍ପାନୀର ପ୍ରକୃତ ଚେହେରା ବୋଲି କହିଥିବା ବେଳେ ଆଉ କିଛିଜଣ କହିଥିଲେ, ବେଳେବେଳେ ପ୍ରଚାର ପାଇଁ ଏମିତି କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.