Below header

ବାଲେଶ୍ୱରରେ ଲଜ୍ଜା : ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ କରିବାର ୧୨ ଦିନ ପରେ ବି ମିଳିନି ଅଭିଯୁକ୍ତଙ୍କ ସୁରାକ୍‌

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ସୋର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଥଣ୍ଡାରେ ନିଶା ଦେଇ ଗଣ ଦୁଷ୍କର୍ମ କରିବାର ୧୨ ଦିନ ପରେ ବି ମିଳିନି ଅଭିଯୁକ୍ତଙ୍କ ସୁରାକ୍‌ । ସେପଟେ ନାବାଳିକାର ପରିଚୟ ମିଳିପାରି ନଥିବା ବେଳେ ମାମଲା ରୁଜୁ କରିପାରୁନି ପୋଲିସ । ଜଣେ ଯୁବକ ନାବାଳିକାକୁ ବୁଲାଇ ଆଣିବାକୁ କହି ଥଣ୍ଡା ପାନୀୟରେ ନିଶା ଦେଇ ଲଜ୍‌ରେ ରଖି ୩ ଜଣ ଯୁବକ ଦୁଷ୍କର୍ମ କରିଥବା ଅଭିଯୋଗ ହେଇଛି । ଗତ ୩୧ ତାରିଖ ବିଳମ୍ବିତ ରାତିରେ ନାବାଳିକାକୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଏହାପରେ ନାବାଳିକାକୁ ସ୍ୱଧାର ଗୃହରେ ଛାଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.