ମାନବିକତାର ହାତ ବଢାଇଲେ ବାଲେଶ୍ୱର ଏସପି, ଦୁର୍ଘଟଣାଗ୍ରସ୍ତ ବାପା ଝିଅଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ବାଲେଶ୍ବର(କେନ୍ୟୁଜ): ଦୁର୍ଘଟଣାଗ୍ରସ୍ତଙ୍କୁ ମାନବିକତାର ହାତ ବଢାଇଲେ ବାଲେଶ୍ୱର ଏସପି ବି ଯୁଗଳ କିଶୋର। କର୍ତ୍ତବ୍ୟକୁ ପଛରେ ପକାଇ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସାହାଯ୍ୟ କରି ମହାନତା ଦେଖାଇଛନ୍ତି ଏସପି। ଔପଦା ଜନଶୁଣାଣି ଶିବିରକୁ ଏସପି ଯାଉଥିବା ବେଳେ ବାହାନଗା ବେଗୁନିଆ ରାଜପରେ ଦୁର୍ଘଟଣାଗ୍ରସ୍ତ ବାପାଝିଅଙ୍କୁ ଦେଖିଥିଲେ। ଏସପି ବି ଯୁଗଳ କିଶୋର ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ପଠାଇବା ଚିକିତ୍ସା କରାଇବାର ବନ୍ଦୋବସ୍ତ କରିଥିଲେ। ଏସପିଙ୍କ ଏହି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଇଛି।