Below header

ସରି ସରି ଆସୁଛି ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା, ଗତକାଲି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର

କଟକ: ସରି ସରି ଆସୁଛି ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାର ଗତକାଲି ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ଦର୍ଶକ ମଧ୍ୟ ହ୍ୟୁମାନଙ୍କ ଗୀତର ତାଳେତାଳେ ଝୁମିଛନ୍ତି । ଏହାକୁ ଦେଖିବାକୁ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା । ସେପଟେ ଖାଇବା ଷ୍ଟଲ ନିକଟରେ ଲୋକଙ୍କ ଖଚାଖଚ ଭିଡ଼ ଜମୁଛି । ଛୁଆଠୁ ବୁଢା ସମସ୍ତେ ଚଟପଟି ଖାଦ୍ୟର ମଜା ନେବାରେ ବ୍ୟସ୍ତ । ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବେପାର ଭଲ ହେବାର ଆଶା ରଖିଛନ୍ତି ବ୍ୟବସାୟୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.