ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ, ବାଲିଗୁଡ଼ା ବାରଖମା ଅଞ୍ଚଳରେ ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା: ମାଓ ଇଲାକାରେ ଗଞ୍ଜେଇ ଚାଷ। ବାଲିଗୁଡ଼ା ବାରଖମା ଅଞ୍ଚଳରେ ୧୫୦ ଏକର ଜମିରେ ଗଛ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଗଞ୍ଜେଇ ଗଛ କାଟିବା ସହ ପୋଡି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୫ କୋଟିରୁ ଅଧିକ ହେବ ବୋଲି ବାଲୁଗୁଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ବାରଖମା ଅଞ୍ଚଳର ସୁନ୍ଦୁମିଲା, ଜୁନାଗଂ, କାଟାପାଙ୍ଗା ଅଞ୍ଚଳରେ ଗଞ୍ଜେଇ ଚାଷ ସବୁ ନଷ୍ଟ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.