ମାଓବାଦୀଙ୍କ ପକ୍ଷରୁ ଆଜି ୨୪ ଘଣ୍ଟିଆ ବାଲିଗୁଡ଼ା ବନ୍ଦ ଡାକରା

ବାଲିଗୁଡ଼ା(କେନ୍ୟୁଜ୍) : ଆଜି ୨୪ ଘଣ୍ଟିଆ ବାଲିଗୁଡ଼ା ବନ୍ଦ । ସୁଦୁରୁ କୁମ୍ପା ସହିଦଙ୍କ ପାଇଁ ୨୪ ଘଣ୍ଟିଆ ବନ୍ଦ ଆହ୍ଵାନ ଦେଇଛି କେକେବିଏନ୍‌ ମାଓ ସଙ୍ଗଠନ । ଫଳରେ ବାଲିଗୁଡ଼ାରୁ ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିରକୁ ବସ୍‌ ଚଳାଚଳ ବନ୍ଦ ରହିଛି । ମାଓବାଦୀଙ୍କ ପକ୍ଷରୁ ବାଲିଗୁଡ଼ା ଥାନା ବାରଖମାରୁ ଖମନଖୋଲ ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରାଯାଇଛି । ଏହା ସହ ମାଓବାଦୀମାନେ ଏକ ପୋଷ୍ଟର ଛାଡି ଯାଇଛନ୍ତି । ସହିଦଙ୍କ ପ୍ରତିଶୋଧ ନେବା ପାଇଁ କେକେବିଏନ୍‌ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି ।

Leave A Reply

Your email address will not be published.