ପ୍ରେମ ଜନିତ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ପର୍ଦ୍ଦାଫାଶ, ୭ଗିରଫ

ବାଲିଗୁଡା(କେନ୍ୟୁଜ୍) : ପ୍ରେମ ଜନିତ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ପର୍ଦାଫାଶ। ପ୍ରେମିକକୁ ହତ୍ୟା କରିବା ସହ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଅଖାରେ ପୁରେଇ ଜଙ୍ଗଲରେ ଫିଙ୍ଗିଦେବା ଘଟଣାରେ ୭ ଜଣକୁ ଗିରଫ କରିଛି ବାଲିଗୁଡା ପୋଲିସ। ପ୍ରେମିକାର ବାପା ଓ ସମ୍ପର୍କୀୟ ଭାଇ ସମେତ ମୋଟ ୭ ଜଣକୁ କୋର୍ଟ ଚାଲାଣ କରିଛି ବାଲିଗୁଡା ପୋଲିସ।

ବାଲିଗୁଡା ଥାନା ଲଣ୍ଡା ଗାଁ ପଂଚାୟତର ପୁଟକିପାଲୀ ଗାଁରେ ପ୍ରେମକୁ କେନ୍ଦ୍ର କରି ପ୍ରେମିକ କଣ୍ଟାମାଲ ଥାନା ଘଣ୍ଟପଡା ଗାଁର ଶୁକଦେବ ରଣାକୁ ହତ୍ୟା କରିଥିଲେ ପ୍ରେମିକାର ବାପା,ଭାଇ ଓ ସମ୍ପର୍କୀୟ। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଖା ଭିତରେ ଭର୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଯାହା ସୂଚନା ମିଳିଛି, ଗତ ଅଗଷ୍ଟ ୨୬ତାରିଖ ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁର ପ୍ରେମିକ ଶୁକଦେବ ରଣା ଲଣ୍ଡା ଗାଁ କୁ ଆସିଥିଲେ। ପରେ ପ୍ରେମିକା ଗାଁ ତଳିପଡ଼ା ଗାଁକୁ ପ୍ରେମିକ ଶୁକଦେବ ଯାଇଥିବା ବେଳେ ପ୍ରେମିକା ର ବାପା, ଭାଇ ଓ ସମ୍ପର୍କୀୟ ଜାଣିବା ପରେ ପିଟି ପିଟି ହତ୍ୟା କରିଥିଲେ।

ଘରକୁ ଶୁକଦେବ ନ ଫେରିବାରୁ ପରିବାର ଲୋକ ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ତେବେ ବାଲିଗୁଡା ପୋଲିସ ଘଟଣାର ଛାନଭିନ୍‌ କରିବା ସହ ପ୍ରେମିକାର ବାପା ଓ ଦୁଇ ସମ୍ପର୍କୀୟ ଭାଇ ମୋଟ ୩ ଜଣ ଙ୍କୁ ଅଟକ ରଖିଥିଲା। ଗତ ୫ତାରିଖ ଦିନ ପୁଟକିପାଲି ଜଙ୍ଗଲରୁ ଖଣ୍ଡ ବିଖଣ୍ଡିତ ମୃତଦେହ କୁ ଉଦ୍ଧାର କରିଥିଲା ବାଲିଗୁଡା ପୋଲିସ। ହତ୍ୟାକାଣ୍ଡ ଘଟଣାରେ ପୋଲିସ ଛାନଭିନ୍ କରିବା ବେଳେ ଆଉ ଚାରି ଜଣକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ବାଲିଗୁଡା ଥାନା ତଳିପଡ଼ା ଗାଁର ପ୍ରେମିକାର ପିତା ଦୁଃଶାସନ ମଳିକ,ନୀଳବନ୍ତ ମଳିକ, ଗିରିଶ ଚନ୍ଦ୍ର ମଳିକ, ଯୋଗେନ୍ଦ୍ର ମଳିକ,ଉତ୍ତମ ମଳିକ ଓ ପୁଟକିପାଲି ଗାଁ ର କବିରାଜ ଠେଲା ଓ ସୁଦୀପ୍ତ ସେଟ।ତେବେ ଏହି ହତ୍ୟାକାଣ୍ଡ ଘଟଣାର ଏବେ ବି ତଦନ୍ତ ଜାରି ଥିବା କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.