ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଆସିବ ଗାଇଡ୍‌ଲାଇନ୍‌: କେନ୍ଦ୍ର ତରଫରୁ ନିଆଯିବ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାନଙ୍କ ପାଇଁ ବଡ ଖବର। କେନ୍ଦ୍ର ସରକାରଙ୍କ ତରଫରୁ ସୋସିଆଲ ମିଡିଆ ପାଇଁ ଆସୁଛି ନିର୍ଦ୍ଦେଶନାମା । କାରଣ କେନ୍ଦ୍ର ସରକାର ପ୍ରଭାବଶାଳୀମାନଙ୍କ ପାଇଁ ଏକ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି, ଯାହା ସମସ୍ତଙ୍କୁ ଅନୁସରଣ କରିବାକୁ ପଡ଼ିବ। ଯଦି ଇନଫ୍ଲୁଏନ୍ସରମାନେ ଏହି ଗାଇଡଲାଇନକୁ ଅନୁସରଣ କରନ୍ତି ନାହିଁ ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନଲାଇନ କଞ୍ଜୁମର୍ସମାନଙ୍କ ସୁରକ୍ଷା ପାଇଁ ୧୦ ଦିନରେ ଏକ SOP ଜାରି କରି ପାରନ୍ତି । ଆସନ୍ତା ୧୫ ଦିନ ଭିତରେ ଗାଇଡ୍‌ଲାଇନ୍ ଜାରି କରିପାରନ୍ତି ବୋଲି କୁହାଯାଉଛି।

ଉପଭୋକ୍ତା ବ୍ୟାପାର ବିଭାଗ ସେହି ଗାଇଡ୍‌ଲାଇନ ପ୍ରସ୍ତୁତ କରୁଛି। ସେଥିରେ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିମାନେ କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ସରକାରଙ୍କ ପାଖରେ ଖବର ରହିଛି ଯେ ଇନ‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି।

ବିଭିନ୍ନ ପ୍ରକାର ମିଛ ପ୍ରତିଶ୍ରୁତିରୁ ଗ୍ରାହକମାନଙ୍କୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରତ୍ୟେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନିଜର ବ୍ରାଣ୍ଡ ସମ୍ବନ୍ଧରେ ସୂଚନା ଦେବେ । ଏହାବ୍ୟତୀତ ଯଦି କେହି ଇନଫ୍ଲୁଏନ୍ସର କୌଣସି କଣ୍ଟେଣ୍ଟକୁ ନେଇ ପେଡ୍ ପ୍ରମୋସନ କରନ୍ତି, ତେବେ ଏହାର ଡିସକ୍ଲାଇମର ଦେବାକୁ ସେ ବାଧ୍ୟ ହେବେ । କିନ୍ତୁ ଯଦି କେହି ଏସବୁ ନିୟମକୁ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯିବ । ସେହିପରି କେହି ଯଦି ସମାନ ଭୁଲକୁ ବାରମ୍ବାର କରନ୍ତି, ତାଙ୍କୁ ୫୦ ଲକ୍ଷ ଟଙ୍କାର ଜରିମାନା ଭରିବାକୁ ହେବ ।

ବ୍ରାଣ୍ଡ ଏଣ୍ଡୋର୍ସର୍ସ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର, ବ୍ଲଗର୍ସ ପ୍ରଡକ୍ଟଗୁଡିକର ମିଛ ଏବଂ ଭ୍ରମାତ୍ମକ ରିଭ୍ୟୁକୁ କାର୍ଯ୍ୟାନୁଷ୍ଠାନର ଅନ୍ତର୍ଭୁକ୍ତ କରିବା ଉଚିତ । ଚଳିତବର୍ଷ ଜୁଲାଇ ୧ ତାରିଖରୁ ଆୟକର ବିଭାଗ ତରଫରୁ ନିର୍ଦ୍ଦେଶ ଲାଗୁ ହୋଇସାରିଛି । ନୂଆ ନିୟମ ଅନୁସାରେ ଇନଫ୍ଲୁଏନ୍ସରମନଙ୍କୁ ବିଭିନ୍ନ ପ୍ରଡକ୍ଟନେବା ପାଇଁ ୧୦ ପ୍ରତିଶତ ଡିଡିଏସ ଦେବାକୁ ପଡିବ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ମଧ୍ୟ ମେ ମାସରେ ହିତାଧିକାରୀଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରି ଅନଲାଇନ୍ ଗ୍ରାହକଙ୍କ ଉପରେ ନକଲି ତଥା ବିଭ୍ରାନ୍ତିକର ସମୀକ୍ଷାର ପ୍ରଭାବ ଉପରେ ଆଲୋଚନା କରିଥିଲେ ଏବଂ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.