Below header

ତୁଟିଲା ବାଲିଯାତ୍ରା ବିବାଦ, ପ୍ଲଟ ଆବଣ୍ଟନର ସମାଧାନ ନେଇ କହିବେ ଜିଲ୍ଲାପାଳ ଆରବିନ୍ଦ ଅଗ୍ରଓ୍ବାଲ

କଟକ (କେନ୍ଯୁଜ୍) : ଆସନ୍ତା ୨୩ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ । ମଝିରେ ଆଉ ଦିନ କେଇଟା ଥିବା ବେଳେ ବାଲିଯାତ୍ରା ପାଇଁ ପ୍ଲଟ ଆବଣ୍ଟନକୁ ନେଇ ବିବାଦ ତେଜୁଛି । ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ବ୍ୟବସାୟୀ ସଂଘ । ବାହାରି ପାରିନି ସମାଧାନର ବାଟ ।

ବାଲିଯାତ୍ରା ପଡ଼ିଆରେ ଲାଗିଥିବା ଷ୍ଟଲକୁ କାଢ଼ି ନେଉଛନ୍ତି ବ୍ୟବସାୟୀ । ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ପ୍ଲଟ ଆବଣ୍ଟନ, ପ୍ଲଟର ମୂଲ୍ୟ ବୃଦ୍ଧି ଓ ଦୋଳିରେ ଟେଣ୍ଡରିକରଣ ଆଦିକୁ ବାଲିଯାତ୍ରା ବ୍ୟବସାୟୀ ସଂଘ ବିରୋଧ କରିଛି । ସେଥିପାଇଁ ବାଲିଯାତ୍ରା ଉତ୍ସବକୁ ବର୍ଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ଅନ୍ୟ ସଂଘ  ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଚଳିତ ବର୍ଷରୁ ୭ଦିନ ବଦଳରେ ୧୦ଦିନ ହେବ ବାଲିଯାତ୍ରା ହେଲେ ତା ପୂର୍ବରୁ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.