ଏମିତି ଏକ ରୋଗ, ଯେଉଁଥିରେ ଦିନକୁ ୧୦୦ଥର ହୋଇଥାଏ ଏହି ଜିନିଷ

ବଦଳୁଥିବା ସମୟ ସହ ମେଡ଼ିକାଲ ସାଇନ୍ସ କ୍ଷେତ୍ରରେ ମଧ୍ୟ ଦୈନିକ ବିଭିନ୍ନ ପରୀକ୍ଷା କରାଯାଉଛି। ବିଭିନ୍ନ ପ୍ରକାରର ଆବିଷ୍କାର, ମେସିନ୍ ଏବଂ ଔଷଧ ପାଇଁ ଆଜି ଯେକୌଣସି ରୋଗର ଚିକିତ୍ସା କରାଯାଇପାରୁଛି। କହିବାକୁ ଗଲେ ଚିକିତ୍ସା ବିଜ୍ଞାନ ଯେଉଁଭାବେ ଆଗକୁ ବଢ଼ୁଛି ଠିକ୍ ସେହିପରି ବଢ଼ିଚାଲିଛି ନୂଆ- ନୂଆ ରୋଗ। ପ୍ରତ୍ଯେକ ଦିନ ଦୁନିଆରେ ଗୋଟିଏ ନୂଆ ରୋଗର ଚିହ୍ନଟ କରାଯାଉଥିବା ଜଣାପଡ଼ିଛି।

vomit 3

ଆଧୁନିକ ସମୟରେ ଲୋକଙ୍କ ଖାଇବାପିଇବା, ଦିନଚର୍ଯ୍ଯା ଏବଂ ପ୍ରଦୂଷଣ ପାଇଁ ଶରୀରରେ ବିଭିନ୍ନ ପ୍ରକାରର କ୍ଷତିକାରକ ଜୀବାଣୁର ପ୍ରବେଶ ହେଉଛି। ଯାହା ଶରୀରରେ ବ୍ଯାପିବା ସହ ସୃଷ୍ଟି ହେଉଛି ନୂଆ-ନୂଆ ରୋଗ। ଆଜି ଆମେ ଆପଣଙ୍କୁ ଏପରି ଏକ ରୋଗ ବିଷୟରେ କହିବାକୁ ଯାଉଛୁ ଯାହା ପାଖାପାଖି ୨୫ହଜାର ଲୋକଙ୍କ ମଧ୍ୟରେ ଜଣଙ୍କୁ ହୋଇଥାଏ। ଏହି ରୋଗର ନାମ ହେଉଛି, ରେୟାର କଣ୍ଡିସନ୍ ସାଇକେଲିକାଲ ଭୋମିଟିଂ ସିଣ୍ଡ୍ରୋମ୍। ଆପଣ ବୋଧ ହୁଏ କେବେ ଏହି ରୋଗର ନାମ ଶୁଣିନଥିବେ।

vomit 2

ରେବିକା ନାମକ ଜଣେ ମହିଳା ରେୟାର କଣ୍ଡିସନ୍ ସାଇକେଲିକାଲ ଭୋମିଟିଂ ସିଣ୍ଡ୍ରୋମ୍  ରୋଗର ସାମ୍ନା କରୁଛନ୍ତି। ଏଥିରେ ରୋଗଗ୍ରସ୍ତ ଥିବା ବ୍ଯକ୍ତି ଦିନକୁ ପ୍ରାୟ ୧୦୦ରୁ ଅଧିକ ଥର ବାନ୍ତି କରିଥାନ୍ତି। ସାଧାରଣତଃ ଜଣେ ବ୍ଯକ୍ତି ଦିନରେ ୩-୪ଥର ବାନ୍ତି କଲେ ତାଙ୍କର କଣ ଅବସ୍ଥା ହୋଇଥାଏ ସେହି ପରିପେକ୍ଷୀରେ ରେବିକା ଦିନକୁ ୧୦୦ଥର କରିଥାନ୍ତି ବାନ୍ତି, ଅପଣ ଥରେ ଭାବିଦେଖନ୍ତୁ ତାଙ୍କର ଅବସ୍ଥା କଣ ହେଉଥିବ।

vomit

ରେବିକାଙ୍କ  ଏହି ରୋଗ ବିଷୟରେ ଡ଼ାକ୍ତର କୁହନ୍ତି, ସଂକ୍ରମଣ ଦ୍ବାରା ଏହି ରୋଗ ହୋଇଥାଏ। ତେବେ ଏହି ପ୍ରକାରର ସଂକ୍ରମଣ ଶିଶୁମାନଙ୍କରେ ଅଧିକ ଦେଖିବାକୁ ମିଳିଥାଏ। ରେବିକାଙ୍କର ଏହି ରୋଗ କାରଣରୁ ତାଙ୍କ ଶରୀରରେ ବହୁତ ର୍ଦୁବଳତା ଦେଖିବାକୁ ମିଳିଛି। ଏପରିକି ତାଙ୍କ ପାଖରେ ଠିଆ ହେବା ପାଇଁ ମଧ୍ୟ ଆଉ ବଳ ରହିନାହିଁ। ସେ ଏନେଇ ଜର୍ମାନୀରେ ଏକ ସର୍ଜାରୀ ମଧ୍ୟ କରାଇସାରିଲେଣି । ଯାହାପରେ ଏବେ ତାଙ୍କ ସ୍ବାସ୍ଥ୍ଯରେ କିଛି ମାତ୍ରାର ସୁଧାର ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.