Below header

ଗୈାରୀ ଶଙ୍କର ମହାବିଦ୍ୟାଳୟରେ ପାଳିତ ହେଲା ବନ ମହୋତ୍ସବ

ରାଇରଙ୍ଗ୍‌ପୁର(କେନ୍ୟୁଜ୍‌) : ରାଇରଙ୍ଗ୍‌ପୁର ଖଡିଆଶୋଳ ସ୍ଥିତ ଗୈାରି ଶଙ୍କର ମହାବିଦ୍ୟାଳୟରେ ବନ ବିଭାଗ ମଣଦା ସହଯୋଗରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

କଲେଜ ଅଧ୍ୟକ୍ଷ ରାମକୃଷ୍ଣ ଦାସ, ଜିଲ୍ଲା ପରିଷଦ ସଭ୍ୟା ନାନିକା ନାୟକ, ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାର, ଡିଇଓ ମୋହନ ହେମ୍ରମ୍‌, ବନରକ୍ଷୀ ଭାଗ୍ୟବାନ ପାତ୍ର, ସଂଯୋଜକ ବିଜୟ କେତନ ବିଶ୍ୱାଳ,ଅଭିଷେକ ପରୀକ୍ଷା ଓ ହରିଶ୍ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ ।

ବୃକ୍ଷ ପରିବେଶ ପାଇଁ କେତେ ଗୁରୁତ୍ତ୍ୱପୂର୍ଣ୍ଣ । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ତେଣୁ ବୃକ୍ଷ ରୋପଣ ଉପରେ ଗୁରୁତ୍ତ୍ୱ ଦେବାକୁ ଅତିଥିଗଣ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.