କମିଲା ମଦର କୋଭିଡ ଫି, ସ୍ପେଶାଲ୍‌ କୋଭିଡ ଫି ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସିଲା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କମିବ ମଦ ଦାମ୍‌ । ସ୍ପେଶାଲ କୋଭିଡ ଫି ହ୍ରାସ ହୋଇଛି । ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ ଖସିଲା ସ୍ପେଶାଲ୍‌ କୋଭିଡ ଫି । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ଭାବେ ସୂଚନା ମିଳିଛି । ଫଳରେ ଏଣିକି ମଦ କିଣିଲେ ଏମଆରପିଠାରୁ ୧୫% ଅଧିକ ଟଙ୍କା ଦେବେ ଗ୍ରାହକ । ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ, ଭାରତରେ ପ୍ରସ୍ତୁତ ବିଦେଶୀ ମଦ, ବିଅର ଦାମ ୧୫ % ବଢ଼ିବ । ପୂର୍ବରୁ ଏଥିରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ଭିତରେ ରାଜ୍ୟରୁ ସ୍ପେଶାଲ୍‌ କୋଭିଡ୍‌ ଫି ମଦ ବିକ୍ରିରୁ ଦୁଇ ଶହ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.