Below header

ପୁଣି ବିଭ୍ରାଟ ! ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗର ଅନୁରୋଧ

ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ଶେଷ ହୋଇନି ଦ୍ୱନ୍ଦ୍ୱ। ବନକଲାଗି ନୀତି ନେଇ ଏବେ ଅଡୁଆରେ ଶ୍ରୀମନ୍ଦିର ପ୍ରଶାସନ। ଗୋଟେପଟେ ଦତ୍ତ ମହାପାତ୍ର ସେବକ ଗୁରୁବାର ଦିନ ବନକ ଲାଗି ନୀତି କରିବା ଲାଗି ଶ୍ରୀ ମନ୍ଦିର ପ୍ରଶାସନକୁ ଚିଠି ଦେଇଛି।

ପୁରୀ (କେନ୍ୟୁଜ):  ଥମୁନି ବନକଲାଗି ବିବାଦ। ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ଶେଷ ହୋଇନି ଦ୍ୱନ୍ଦ୍ୱ। ବନକଲାଗି ନୀତି ନେଇ ଏବେ ଅଡୁଆରେ ଶ୍ରୀମନ୍ଦିର ପ୍ରଶାସନ। ଗୋଟେପଟେ ଦତ୍ତ ମହାପାତ୍ର ସେବକ ଗୁରୁବାର ଦିନ ବନକ ଲାଗି ନୀତି କରିବା ଲାଗି ଶ୍ରୀ ମନ୍ଦିର ପ୍ରଶାସନକୁ ଚିଠି ଦେଇଛି। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି କରିବା ଲାଗି ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେବାୟତଙ୍କ ସହ ସମନ୍ଵୟ ଅଭାବରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ ।

ଆଜି ଅର୍ଥାତ ବୁଧବାର ବନକଲାଗି ନୀତି ସମ୍ପାଦିତ କରିବାକୁ ଦତ୍ତମହାପାତ୍ର ସେବାୟତଙ୍କୁ ଚରମବାଣୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ନୀତି ନକଲେ ଦତ୍ତମହାପାତ୍ର ସେବାୟତଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ବନକଲାଗି ନୀତି ପାଇଁ ସବୁ ଦ୍ରବ୍ୟ ପ୍ରସ୍ତୁତ ରଖିଛି ପ୍ରଶାସନ। କିନ୍ତୁ ଟାଳଟୁଳ ନୀତି ଅବଲମ୍ବନ କରୁଛି ଦତ୍ତମହାପାତ୍ର ନିଯୋଗ। ବାମଦେବ ସଂହିତା ଏବଂ ରେକର୍ଡ ଅଫ ରାଇଟ୍‌ ଅନୁସାରେ ବୁଧବାର ବନକଲାଗି ପମ୍ପପରା ରହିଛି। ଏଣୁ ଦତ୍ତମହାପାତ୍ର ନିଯୋଗ ବନକଲାଗି ନୀତି ନକଲେ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଧାରା ୩୩ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ଯାନୁଷ୍ଠାନ ସହ ବିକଳ୍ପ ବ୍ଯବସ୍ଥା କରାଯିା ନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.