Below header

ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା, ଟ୍ବିଟ କରି ନିଜେ ଜଣାଇଲେ

କେନ୍ୟୁଜ୍(ବ୍ୟୁରୋ):  ବରଗଡ଼ର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ କରୋନା ।  ସେ କରୋନା ଆକ୍ରାନ୍ତ ହୋଇଥିବାର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟୁଇଟରେ, କୋଭିଡ-୧୯ର ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ଦେଇଥିଲି ।

ପ୍ରଥମ ଟେଷ୍ଟ ନେଗେଟିଭ ଓ ଦ୍ଵିତୀୟ ଟେଷ୍ଟରେ  ପଜିଟିଭ୍ ଆସିଥିବାର ବରଗଡ଼ ଜିଲ୍ଲାପାଳ ମୋତେ ସୁଚନା କରିଛନ୍ତି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାପାଳ ତଥା ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି ବୋଲି ସେ ଟୁଇଟ କରି ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.