ପର୍ସନାଲ୍‌ ଲୋନ୍‌ ସୁଝିବାର ଅସୁବିଧା ଦୂର କରନ୍ତୁ, ଆର୍‌ବିଆଇ ଆପଣଙ୍କ ପାଇଁ ଆଣିଛି ନୂଆ ଯୋଜନା

ନୂଆଦିଲ୍ଲୀ : କରୋନା ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆଣିଛି ଓ୍ଵାନ୍‌ ଟାଇମ୍‌ ଲୋନ୍‌ ରିଷ୍ଟ୍ରକ୍‌ଚର ସ୍କିମ୍‌ । ଏହାର ଫାଇଦା ପର୍ସନାଲ୍‌ ଲୋନ୍‌ ନେଇଥିବା ଲୋକଙ୍କୁ ମଧ୍ୟ ମିଳିବ । ଉଦ୍ୟୋଗ ଜଗତ କିଛି ଦିନ ଧରି ଏହି ସୁବିଧା ପାଇବା ପାଇଁ ଦାବି କରି ଆସୁଥିଲା ଯାହାକୁ ଆର୍‌ବିଆଇ ସବୁଜ ସଙ୍କେତ ଦେଇଛି । ଆସନ୍ତୁ ଜାଣିବା ପର୍ସନାଲ୍‌ ଲୋନୀମାନେ କିପରି ନେବେ ଏହାର ସୁବିଧା ।

୧-ପର୍ସନାଲ୍‌ ଲୋନ୍‌ ଉପରେ କେମିତି ଲାଗୁ ହେବ

ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ସୁବିଧା କଞ୍ଜ୍ୟୁମର ଲୋନ୍‌,ଏଜୁକେସନ୍‌ ଲୋନ୍‌, ହାଉସିଙ୍ଗ୍‌ ଲୋନ୍‌, ସେୟାର୍‌ ମାର୍କେଟ୍‌ ଡିବେଞ୍ଚର କିଣିବା ପାଇଁ ନିଆଯାଇଥିବା ଲୋନ୍‌, କଞ୍ଜ୍ୟୁମର ଡ୍ୟୁରେବିଲ୍‌ସ କିଣିବା ପାଇଁ ନିଆଯାଇଥିବା ଲୋନ୍‌,କ୍ରେଡିଟ୍‌ କାର୍ଡ ଲୋନ୍‌,ଅଟୋ ଲୋନ୍‌(କମ୍‌ର୍ସିଆଲ୍‌ ଭେଇକିଲ୍‌ ଲୋନ୍‌ ଛାଡିକରି),ଗୋଲ୍ଡ, ଜୁଏଲାରୀ,ଏଫ୍‌ଡି ବଦଳରେ ନିଆଯାଇଥିବା ଲୋନ୍‌, ପର୍ସନାଲ୍‌ ଲୋନ୍‌ ଟୁ ପ୍ରଫେସ୍‌ନାଲ କିମ୍ବା ଅନ୍ୟ କୈାଣସି କାମ ପାଇଁ ନିଆଯାଇଥିବା ଲୋନ୍‌ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ।

୨-ଯୋଜନାର ଲାଭ ଉଠାଇବା ପାଇଁ କେଉଁମାନେ ସକ୍ଷମୟ

ଏହି ଯୋଜନାର ଫାଇଦା କେବଳ ବ୍ୟକ୍ତଗତ ଋଣୀଙ୍କ ପାଇଁ ଲାଗୁହେବ । ଏହାଛଡ଼ା ୨୦୨୦ ମାର୍ଚ୍ଚ ୧ ତାରିଖ ମଧ୍ୟରେ ୩୦ ଦିନ ପର୍ଯ୍ୟନ୍ତ ଡିଫଲ୍ଟର ଥିବା ଲୋନୀଙ୍କୁ ଏହି ସୁବିଧା ମିଳବ । ଏହାଠାରୁ ଅଧିକ ଦିନ ଡିଫଲ୍‌ଟର ଥିବା ଲୋନୀଙ୍କୁ ଏହାର ଫାଇଦା ମିଳିବ ନାହିଁ । ଯେଉଁଦିନ ପର୍ଯ୍ୟନ୍ତ ରିଜୋଲୁଶନ୍‌ ପ୍ଲାନ୍‌କୁ ଲାଗୁ କରାଯିବ, ସେ ପର୍ଯ୍ୟନ୍ତ ଏକାଉଣ୍ଟ୍‌ ଷ୍ଟାଣ୍ଡାର୍ଡ ହେବା ଦରକାର ।

୩- ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁ ବ୍ୟାଙ୍କ୍‌କୁ ଲୋନ୍‌ ରିକାଷ୍ଟ କରିବାର ସମୟ ସୀମା ଅତି ବେଶୀରେ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦିଆଯିବ। ଅର୍ଥାତ ରିଜୋଲୁଶନ୍‌ ପ୍ରକ୍ରିୟାର ୯୦ ଦିନ ଭିତରେ ଏହାକୁ ଲାଗୁ କରାଯିବ ।

୪- ବ୍ୟାଙ୍କ୍‌ ଆପଣଙ୍କୁ କି କି ବିକଳ୍ପ ଦେଇପାରେ

ପେମେଣ୍ଟ ରିସିଡ୍ୟୁଲ୍ଡ, ଇଣ୍ଟ୍ରେଷ୍ଟକୁ ଅଲଗା କ୍ରେଡିଟ୍‌ ଫେସ୍‌ଲିଟି,ଇନ୍‌କମ୍‌କୁ ଦେଖି ମୋରାଟୋରିୟମ୍‌ ସୁବିଧା ଦେଇପାରେ । ତେବେ ଏହା ଅତିବେଶୀରେ ୨ ବର୍ଷ ଯାଏ ରହିବ । ଏହା ବ୍ୟତୀତ ଲୋନ୍‌ ଅବଧି ବଢ଼ାଇ ଦିଆଯାଇପାରେ ଯାହାଫଳରେ ଇଏମ୍‌ଆଇ କମ୍‌ ହୋଇଯିବ ।

୫- ରିଜୋଲୁଶନ୍‌ ପ୍ଲାନ୍‌ ପାଇଁ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ସର୍ତ୍ତ

ଗାଇଡ୍‌ଲାଇନ୍‌ ଅନୁଯାୟୀ ରିଜୋଲୁଶନ୍‌ ପ୍ଲାନ୍‌ ଗ୍ରହଣ କରାଯିବ ଯଦି (କ) ବ୍ୟାଙ୍କ୍‌ ଓ ଲୋନୀ ସହମତି ଅନୁଯାୟୀ ଏଗ୍ରିମେଣ୍ଟ କରନ୍ତି । (ଖ) ଏଗ୍ରିମେଣ୍ଟ ଅନୁଯାୟୀ ଯାହା ଫଇସଲା ହେବ ତାହା ବ୍ୟାଙ୍କ୍‌ ଅଫ୍‌ ଏକାଉଣ୍ଟରେ ଅପ୍‌ଡେଟ୍‌ କରାଯିବ । (ଗ) ଏଥିସହିତ ଲୋନୀ ବ୍ୟାଙ୍କ୍‌ର ଡିଫଲ୍‌ଟର ହୋଇ ନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.