Below header

ନବରଙ୍ଗପୁର: କଣ୍ଟେନମେଣ୍ଟ ଜୋନରେ ପଡିଛି ବାଡ, ହେଲେ ବୋଲ ମାନୁନାହାନ୍ତି ଅମାନିଆ

ନବରଙ୍ଗପୁର: କରୋନା ପାଇଁ ବିଭିନ୍ନ ଅଞ୍ଚଳରେ ବାଡ ପଡିଛି । ଅର୍ଥାତ୍ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ଲଗାମ ଲାଗାଯାଇଛି । ହେଲେ କିଛି ଅମାନିଆଙ୍କ ଉପରେ ବାଡ଼ ପକେଇବ କିଏ? ପ୍ରଶାସନ ଖାଲି ବାଉଁଶ ବାଡ଼ କରିଦେଇ ଚୁପ । ଏଭଳି ଚିତ୍ର କୌଣସି ଗ୍ରାମାଞ୍ଚଳର ନୁହେଁ ଏହା ହଉଚି ନବରଙ୍ଗପୁର ଜିଲ୍ଲା ସଦର ମହକୁମାର । ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ବିଭିନ୍ନ ଅଞ୍ଚଳର କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସହରର ସୌରା ସାହିରୁ ଦୁଇ ଜଣ, ନୂଆବନ୍ଧ ସାହିରୁ ଦୁଇ ଜଣ ଏବଂ କେଉଟ ସାହିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ସାହି ଏବଂ ଆଖପାଖ କିଛି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବ୍ଯାରିକେଟ କରାଯାଇ ପ୍ରବେଶ ନିଷେଧ ବୋଲି ଲେଖା ଯାଇଛି । ଏହାକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି।

ହେଲେ ଏଠାରେ କୌଣସି ପୋଲିସ କର୍ମଚାରୀଙ୍କ ଦେଖା ନାହିଁ । ଖାଲି ବାଉଁଶ ବାନ୍ଧି ବ୍ଯାନର ଲଗାଇ କାମ ସାରି ଦେଇଛି ପ୍ରଶାସନର । ଏପଟେ ଅମାନିଆ ଲୋକ ବି ବାଉଁଶ ବାଡ଼ ଖୋଲି ଗାଡି ମଟର ଧରି ଯାତାୟତ କରୁଛନ୍ତି ।  ଦିନ କୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ତଥାପି ଲୋକ ଟିକିଏ ମଧ୍ୟ ସଚେତନ ଥିବା ଭଳି ମନେ ହେଉନାହିଁ। ଯେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା କିଛି ନଥିଲା ସେତେବେଳେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଥିଲା ,ଏବେ କିନ୍ତୁ ପୂର୍ବ ଭଳି ଆଉ ସ୍ଥିତି ନାହିଁ। କଣ୍ଟେନମେଣ୍ଟ ଅଞ୍ଚଳରେ ନିତ୍ୟ ଆବଶ୍ୟକ ଜିନିଷ ପାଇଁ ହୋମ ଡେଲିଭେରୀର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଲୋକେ ଅମାନିଆ ହେଇ ରାସ୍ତା କୁ ବାହାରୁଛନ୍ତି ।

collectorଅପରପଟେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଥିଲା । କିନ୍ତୁ ବିନା ଜଗୁଆଳିରେ ଫାଟକ ଡେଇଁ ଏବେ ଲୋକେ ବାହାରେ ବୁଲୁଛନ୍ତି । ଏଭଳି ସ୍ଥିତିରେ ଆଗକୁ ନବରଙ୍ଗପୁର ସହରର ସ୍ଥିତି ଭୟଙ୍କର ହେବାକୁ ଯାଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଘଟଣା ସମ୍ପର୍କରେ ଜାଣିବାପରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର କହିଛନ୍ତି କି, ନିଶ୍ଚିତ ଭାବେ କଣ୍ଟେନମେଣ୍ଟ ଅଞ୍ଚଳରେ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏହାସହ ୱାର୍ଡ କମିଟିର କର୍ମକର୍ତ୍ତା  ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଏଭଳି ସ୍ଥିତିରେ କରୋନା ସହ କିଭଳି ମୁକାବିଲା କରାଯିବ ଏବଂ ପ୍ରଶାସନ ଏଦିଗରେ କିଭଳି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ତାହା ଏବେ ଜିଲ୍ଲାବାସୀଙ୍କ ମନରେ ପ୍ରଶ୍ନ ସ୍ରୁଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.