ପୁଣି ଏକାଠି ରୋମାନ୍ସ କରିବେ ସଲମାନ ଏବଂ କ୍ୟାଟ୍ରିନା, ଏହି ଫିଲ୍ମରେ ଆସିବେ ନଜର

ବଲିଉଡର ଦବଙ୍ଗ ଖାନ୍‌ ଏବଂ କ୍ୟାଟ୍ରିନାଙ୍କ ଯୋଡି ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଯୋଡି ମଧ୍ୟରେ ଅନ୍ୟତମ। ଦୁହେଁ ଫିଲ୍ମ ‘ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ଯୁବରାଜ, ମେନେ ପ୍ୟାର କ୍ୟୁଁ କିୟା’ ଭଳି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଦୁହିଁଙ୍କ ଯୋଡିକୁ ଲୋକେ ମଧ୍ୟ ବେଶ୍‌ ପସନ୍ଦ କରନ୍ତି। ଶେଷ ଥର ପାଇଁ ଦୁହିଁଙ୍କୁ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା। ପୁଣିଥରେ ଏହି ଦୁହେଁ ଏକାଠି ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ।

katrina

ଖବର ମୁତାବକ, ସଲମାନ ଏହି ଫିଲ୍ମ ପାଇଁ ରାଜି ମଧ୍ୟ ହୋଇଛନ୍ତି। ଏହି ଫିଲ୍ମ ଆକ୍ସନରେ ଭରପୂର ହେବ। ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ। ଏହି ଦୁହିଁଙ୍କ ଅନସ୍କ୍ରିନ ଯୋଡି ସବୁଠାରୁ ଅଧିକ ଫିଲ୍ମରେ ସଫଳ ରହିଛି। ଦୁହେଁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛିି। ଏହି ଫିଲ୍ମର ନିର୍ଦ୍ଦେଶନା ମନୀଷ ଶର୍ମା କରିବେ ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଆଦିତ୍ୟ ଚୋପ୍ରା ଚାହୁଁଛନ୍ତି କି, ଏହି ଫିଲ୍ମକୁ ଆଉ ଅନ୍ୟ କେହି ନିର୍ଦ୍ଦେଶନା ଦେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.