Below header

ଜାଣିବାକୁ ଚାହୁଁଛନ୍ତିକି କ୍ୟାପଟେନ କୋହଲିଙ୍କ ଫିଟନେସ ମନ୍ତ୍ର, ତେବେ ଦେଖନ୍ତୁ ଏହି ଭିଡିଓ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫ୍ୟାନ ସଂଖ୍ୟା କଥା ନକହିଲେ ଭଲ । ଦେଶ ତଥା ଦେଶ ବାହାରେ ଏହି ୟଙ୍ଗ କ୍ୟାପିଟେନଙ୍କର କୋଟି କୋଟି ସଂଖ୍ୟାରେ ଫ୍ୟାନ ଅଛନ୍ତି । ବିରାଟଙ୍କ ଲୁକ ବ୍ୟତୀତ ତାଙ୍କ ଫିଟନେସ ଫ୍ୟାନ୍ସଙ୍କୁ ଅଧିକ ଆକର୍ଷିତ କରେ । ତାଙ୍କ ଫିଟନେସକୁ ନେଇ ଫ୍ୟାନ୍ସ ମାନଙ୍କ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ନିଶ୍ଚିତ ରୂପେ ଉଙ୍କିମାରୁଥିବ ନିଜର ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ କ୍ୟାପଟେନ କୋହଲି କେମିତି ନିଜକୁ ଏତେ ଫିଟ ରଖିପାରୁଛନ୍ତି । ଏବାବଦରେ ନିଜେ ବିରାଟ ହିଁ ଏକ ସାକ୍ଷାତ୍କାର ସମୟରେ ଖୁଲାସା କରିଛନ୍ତି ।

 

View this post on Instagram

 

If I had to make a choice of one exercise to do everyday, this would be it. Love the power snatch 💪😃

A post shared by Virat Kohli (@virat.kohli) on

ସେ କେମିତି ଜିମରେ ସମୟ କାଟନ୍ତି, କେମିତି ଏକ୍ସରସାଇଜ କରନ୍ତି ସେ ବାବଦରେ ସମସ୍ତ ତଥ୍ୟ ସେୟାର କରିଥିଲେ । ଏହା ସହ ସେ ହସି ହସି ଏହା ମଧ୍ୟ କହିଥିଲେ କି, “ଫିଟନେସ ପ୍ରତି ଧ୍ୟାନ ଦେବା ଆରମ୍ଭ କରିବା ସମୟରେ ତାଙ୍କ ମା’ ଖୁବ ଚିନ୍ତିତ ରହୁଥିଲେ । ସବୁବେଳେ ବିରାଟଙ୍କୁ କହୁଥିଲେ ତୁ ଖୁବ ଦୁର୍ବଳ ହେଇଗଲୁଣି, ଠିକ ସେ ଖିଆ ପିଆ କରେ ।” କହିରଖିବା ଉଚିତ ହେବକି, ବିରାଟ ଯେବେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଖେଳିବା ଆରମ୍ଭ କରିଥିଲେ ସେସମୟରେ ସେ ଖୁବ ହୃଷ୍ଟପୁଷ୍ଟ ଥିଲେ । କିନ୍ତୁ ପରେ ନିଜ ବଡି଼କୁ ଏକ ସେପ ଦେଇଥିଲେ ଭାରତୀୟ ଦଳର ଏହି ଆନ୍ଗ୍ରୀ ୟଙ୍ଗ ମ୍ୟାନ ।

virat

ଏମିତିରେ ତ ନିୟମିତ କ୍ୟାପଟେନ କୋହଲି ପଡିଆରେ କ୍ରିକେଟ ପ୍ରାକ୍ଟିସ କରନ୍ତି । ଏହାବାଦ ଜିମରେ ବି ଘଣ୍ଟା ଘଣ୍ଟା ସମୟ ଦିଅନ୍ତି । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ work outର ଫଟୋ ଗୁଡିକୁ ନିଜ ସୋସିଆଲ ମିଡିଆରେ ସେୟାର କରନ୍ତି । ଯେଉଁଥିରୁ ତାଙ୍କ ଫିଟନେସ ବାବଦରେ ସହଜରେ ଅନୁମାନ ଲଗାଇହୁଏ । ଖାଲି ସେତିକି ନୁହେଁ ଦେଶ ବିଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ମତ ରଖନ୍ତି କ୍ୟାପଟେନ କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.