Below header

ଖୋର୍ଦ୍ଧା: ଫାଣ୍ଡି ପୋଲିସ କନେଷ୍ଟେବଳଙ୍କ ଦାଦାଗିରି, ବାଲିଗାଡ଼ି ଅଟକାଇ ମାଗୁଛନ୍ତି ଦାଦାବଟି

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଚଂଳ ଫାଣ୍ଡି ପୋଲିସ କର୍ମଚାରୀଙ୍କ ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ବେଶ ଜୋର ଧରିଛି । ଫାଣ୍ଡିର ଜଣେ କନେଷ୍ଟେବଳ ନିଜ କାର୍ଯ୍ୟକ୍ଷେତ୍ର ବାହାରକୁ ଯାଇ ରାସ୍ତାରେ ଯାଉଥିବା ଏକ ବାଲିଗାଡ଼ିକୁ ଅଟକାଇ ଟଙ୍କା ମାଗୁଥିବା ବେଳେ, ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ସହ ଏବାବଦରେ ଟାଉନ ଥାନା ପୋଲିସକୁ ଅବଗତ କରାଇଥିଲେ ।

ତେବେ ଘଟଣା ସ୍ଥଳରେ ଥାନା ଅଧିକାରୀ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପେଟ୍ରୋଲିଂ ଭ୍ୟାନରେ ଅଭିଯୁକ୍ତ କନେଷ୍ଟେବଳ ଜଣଙ୍କୁ ନେଇ ଯାଇଥିଲେ । ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏନେଇ ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.