ଶୌଚ ଯିବା ବାହାନାରେ କଏଦୀ ଫେରାର, ବହୁ ଖୋଜାଖୋଜି ପରେ ନିରାଶ ଜେଲ କର୍ମଚାରୀ

ରାଇରଙ୍ଗପୁର : ୨୦୧୬ରୁ ରାଇରଙ୍ଗପୁର ସବ୍ ଜେଲରେ ଆଜୀବନ ସଜା କାଟୁଥିବା କଏଦୀ ଡମାନ ମାର୍ଣ୍ଡି ଚମ୍ପଟ ମାରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏକ ହତ୍ୟା ମାମଲାରେ ଅଦାଲତ ତାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ । କଏଦୀ ଡମାନଙ୍କ ଯକ୍ଷ୍ମା ରୋଗ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ପାଇଁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୁଣିଥରେ ନିଆଯାଇଥିଲା । ତେବେ ଚିକିତ୍ସା କରାଇ ରାଇରଙ୍ଗପୁରକୁ ଫେରୁଥିବା ବେଳେ ବିଶୋଇ ଥାନା ଅଧିନ ପାଣପୋଷି ପୋଲ ନିକଟରେ ଶୌଚ ଯିବା ବାହାନା ଦେଖାଇ ଚକମା ଦେଇ ଫେରାର ହୋଇଯାଇଛି ।

ଡମାନ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରୁ ଫେରାର ଥିବା ବେଳେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧରା ପଡିନଥିବା ଜଣାପଡିଛି । ଫେରାର କଏଦୀ ଡମାନକୁ ଧରିବା ପାଇଁ ସ୍ଥାନୀୟ ବିଶୋଇ ପୋଲିସ ଓ ଜେଲ କର୍ମଚାରୀମାନେ ଜୋରସୋରରେ ଖୋଜାଖୋଜି କରୁଛନ୍ତି । ଫେରାର କଏଦୀ ଜଣକ ତିରିଂ ଥାନା ଅଂଚଳର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.