ବିଜେଡି ଛାଡିଲେ ବାସନ୍ତି ମଲ୍ଲିକ, ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଲେ ମୋହନା ବିଧାୟିକା

ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ । ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ବାସନ୍ତି ।ତେବେ କେଉଁ ଦଳରେ ଯୋଗଦେବେ ବାସନ୍ତି ତାହା ଏଯାଏଁ ସ୍ପଷ୍ଟ କରି ନାହାନ୍ତି।

ସୂଚନାଯୋଗ୍ୟ ଏଯାଏଁ ୩ ଜଣ ସାଂସଦ ଓ ୫ ଜଣ ବିଧାୟକ ବିଜେଡି ଛାଡ଼ିଛନ୍ତି। ଏହା ପୂର୍ବରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡି ଛାଡ଼ିଥିଲେ। ସେହିପରି ନୟାଗଡ଼ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗଂଜାମ ଜିଲ୍ଲାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.