Below header

ଜାଣନ୍ତି କି, କେବେ ଓ କେଉଁଠି ପ୍ରଥମେ ପାଳନ ହୋଇଥିଲା ହୋଲି ?

ହୋଲି ଏକ ପ୍ରାଚୀନ ପରମ୍ପରା । ଅନେକ ଯାଗାରେ ଏହାକୁ ଭାଇଚାରାର ପର୍ବରୁପେ ପାଳନ କରାଯାଏ । ହେଲେ ଏହି ରଙ୍ଗର ପର୍ବ ହୋଲି କେବେ ଓ କେଉଁଠାରୁ ପ୍ରଥମେ ପାଳନ ହୋଇଥିଲା ତାହା ଏବେ ଅନେକଙ୍କୁ ଅଗୋଚର ଥିବ । ତବେ ଚାଳନ୍ତୁ ଜାଣିବା ଏହି ପର୍ବ ପ୍ରଥମେ କେଉଁଠାରୁ ଓ କେବେ ପାଳନ ହୋଇଥିଲା । ବିହାରର ପିର୍ଣ୍ଣିୟା ଜିଲ୍ଲା ଘରହରା ଗାଁରେ ଏହି ହୋଲି ପର୍ବ ପ୍ରଥମେ ପାଳନ ହୋଇଥିଲା ଆଉ ଏହା ପ୍ରଥମେ ଏହି ଜାଗାରେ ପାଳନ ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି । ସେଠାରେ ହୋଲିକା ରାକ୍ଷସୀ ଦହନ ଦିନ ପାଖାପାଖି ୫୦ହଜାର ଶ୍ରଦ୍ଧାଳୁ ପାଉଁଶ ଓ ମାଟିରେ ହୋଲି ଖେଳିଥିଲେ ।

ଏଠାରେ ହୋଇଥିଲା ନରସିଂହ ଅବତାର

ପୁର୍ଣ୍ଣିୟା ଜିଲ୍ଲା ବନମନଖିର ସିକଲିଗଡ ଘରହରା ଗାଁରେ ହୋଲିକା ଦହନ ପରମ୍ପରା ଆରମ୍ଭ ହୋଇଥିବାର ସାକ୍ଷୀ ଭାବରେ ରହିଛି । ଲୋକକଥା ଓ ବେଦ ଅନୁସାରେ ଏଠାରେ ଭଗବାନ ନରସିଂହ ଅବତାର ନେଇଥିଲେ ଓ ହୋଲିକା ଭକ୍ତ ପ୍ରହ୍ଲାଦଙ୍କୁ କୋଳରେ ବସାଇ ନିଆଁରେ ଝାସ ଦେଇଥିଲା ।ଆଉ ଏହିଠାରେ ହିଁ ହୋଲିକାର ଦହନ ହୋଇଥିଲା ।

ଆଜି ବି ଅଛି ସ୍ତମ୍ଭର ଭଗ୍ନାବଶେଷ

holi କୁହାଯାଉଛି କି,ସିକିଲଗଡରେ ହିରଣ୍ୟକସ୍ୟପର ଦୁର୍ଗ ଥିଲା । ସେଠରେ ଭକ୍ତ ପ୍ରହ୍ଲାଦର ରକ୍ଷା କରିବା ପାଇଁ ସ୍ବୟଂ ନାରାୟଣ ନରସିଂହ ରୁପ ଧାରି ଯେଉଁ ସ୍ତମ୍ଭରେ ଅବିର୍ଭାବ ହୋଇଥିଲେ ,ଆଜିବି ସେହି ସ୍ତମ୍ବର ଭଗ୍ନାବିଶେଷକୁ ଏଠାରେ ପୁଜା କରାଯାଏ । ଆଉ କୁହାଯାଉଛି ଏହି ସ୍ତମ୍ଭ ପାଖରେ ହିଁ ହିରଣ୍ୟକଶ୍ୟପର ମୃତ୍ୟୁ ହୋଇଥିଲା । ଏହି ସ୍ତମ୍ଭଟି ପାଖାପାଖି ୧୨ଫୁଟ ମୋଟା ଓ ୬୫ଡିଗ୍ରୀ ବକ୍ର ହୋଇ ଏହି ଅଞ୍ଚଳରେ କେଉଁ ଆଦିମ କାଳରୁ ରହିଛି ।

ଏହି ସାକ୍ଷ୍ୟ ଦିଆଯାଉଛି :

ଗୁଜୁରାଟର ପେରବନ୍ଦରରେ ବିଶାଳ ଭାରତ ମନ୍ଦିର ଅଛି । ସେଠାରେ ଲେଖା ଅଛିକି,ଭଗବାନ ବିଷ୍ଣଙ୍କ ନରସିଂହ ଅବତାର ଏହି ପୁର୍ଣିୟା ଜିଲ୍ଲା ସିକଲିଗଡ ଘରହରା ବନମନଖିରେ ହୋଇଥିଲା । ଗୀତା ପ୍ରେସ ଗୋରଖପୁର ‘କଲ୍ୟାଣ’ ପୁସ୍ତକର ୩୧ ବର୍ଷର ତିର୍ଥାଂକରେ ମଧ୍ୟ ଏହାର ଲେଖା ରହିଛି ।ଭଗବତ ପୁରାଣ (ସପ୍ତମ ସ୍କନ୍ଧର ଅଷ୍ଟମ ଅଧ୍ୟାୟ)ରେ ମଧ୍ୟ ଏହି ସ୍ତମ୍ଭ ବିଷୟରେ କୁହାଯାଇଛି । ଏଥିରେ କୁହାଯାଇଛି ଏହି ସ୍ତମ୍ଭରୁ ଭଗବାନ ବିଷ୍ଣ ନରସିଂହ ଅବତାର ନେଇ ନିଜର ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିଲେ ।

ପାଉଁଶରେ ଖେଳାଯାଏ ହୋଲି

ଘରହାରା ଗାଁର ଲୋକ ଅବିର ରଙ୍ଗ ବଦଳରେ ପାଉଁଶରେ ହୋଲି ଖେଳନ୍ତି । ସେମାନଙ୍କର କହିବା କଥା ହେଉଛି ଯେତେବେଳେ ହୋଲିକା ଭସ୍ମ ହୋଇଥିଲା ଓ ଭକ୍ତ ପ୍ରହ୍ଲାଦ ଜଳନ୍ତା ନିଆଁରୁ କୁଶଳରେ ଫେରିଥିଲେ ସେତେବେଳେ ଲୋକମାନେ ପାଉଁଶ ଓ ମାଟି ଲଗାଇ ହୋଲି ପର୍ବ ପାଳନ କରି ଖୁସି ମନାଇଥିଲେ ।ଆଉ ସେବେଠାରୁ ଏହି ପରମ୍ପରା ଚାଲି ଅସୁଛି ବୋଲି ଲୋକମତ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.