ମନ ମୋହୁଛି ଡମ୍ବରୁଗଡ଼ ଇକୋ ଟୁରିଜିମ, ପାଲଟିଛି ପର୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ

ବୋୖଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେଉଛି ଡମ୍ବୁରୁଗଡ଼ ପାହାଡ଼ । ପର୍ଯ୍ୟଟନ ସ୍ଥଳୀରେ ପରିବାର ଓ ସାଙ୍ଗସାଥି ମେଳରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଗୋଟିଏ ପଟେ ଗିରିବର ବାବାଙ୍କ ମଠ ରହିଛି ଅନ୍ୟପଟେ ସବୁଜିମା ଭରା ପାହାଡ଼ ପର୍ବତ ଓ ମହାନଦୀ ବୋହି ଯାଉଛି । ଆଉ ଏହି ସ୍ଥାନ ଏବେ ପର୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଚାଲିଛି ଏବେ ପର୍ଯ୍ୟଟନ ଋତୁ । ମନ ମୋହୁଛି ଐତିହାସିକ ଡମ୍ବୁରୁଗଡ଼ ପାହାଡ଼ । ପର୍ଯ୍ୟଟନ ସ୍ଥଳୀରେ ପରିବାର ଓ ସାଙ୍ଗସାଥି ମେଳରେ ପ୍ରକୃତିର ଅପରୁପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ବୋୖଦ୍ଧ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେଉଛି ଡମ୍ବୁରୁଗଡ଼ ପାହାଡ଼ । ଗୋଟିଏ ପଟେ ଗିରିବର ବାବାଙ୍କ ମଠ ରହିଛି ଅନ୍ୟପଟେ ସବୁଜିମା ଭରା ପାହାଡ଼ ପର୍ବତ ଓ ମହାନଦୀ ବୋହି ଯାଉଛି । ଆଉ ଏହି ସ୍ଥାନ ଏବେ ପର୍ଯଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ, ଆଉ ଉପରେ ନୀଳ ଆକାଶ । ପର୍ବତର ପାଦଦେଶରେ ପାହାଡ଼କୁ କାଟି ସୂର୍ଯ୍ୟର ସୁନେଲି କିରଣ, ମହାନଦୀର କୁଳୁକୁଳୁ ନାଦ, ଆଉ ନିରୋଳା ପରିବେଶ ଓ ପ୍ରାକୃତିକ ବିଭବକୁ ନେଇ ଆନମନା ହେଉଛନ୍ତି ପ୍ରକୃତିପ୍ରେମୀ । କେଉଁଠି ସୁନୀଳ ତ ଆଉ କେଉଁଠି ସ୍ୱଚ୍ଛ ଶାନ୍ତ ବକ୍ଷରାଜି ମହାନଦୀର ସୌନ୍ଦର୍ଯ୍ୟ ଜଳରାଶିକୁ ଦ୍ୱିଗୁଣିତ କରୁଛି । ପାହାଡ଼ ଶିଖରରେ ରହିଛି ବନ ବିଭାଗପକ୍ଷରୁ ଏକ ସୁନ୍ଦର ୱାଚ ଟାୱାର ଏହା ଉପରକୁ ଯାଇ ଅନୁଭବ କରି ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଏକ ପାହାଡିଆ ମନୋରମ ପରିବେଶ ।

ଅଶାନ୍ତ ମନକୁ ଲଗାମ ଦେବାପାଇଁ ମଣିଷକୁ ଟିକିଏ ଫୁରସତ ମିଳିଲେ ସେ ଖୋଲା ଆକାଶ ଆଉ ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ପାଇଁ ଚାହିଁଥାଏ । ଆଉ ସେହି ସ୍ଥାନଟି ହେଉଛି ବୌଦ୍ଧ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଡମ୍ବୁରୁଗଡ଼ ପାହାଡ଼ । ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ପାର୍କ ଏବଂ ଶୀତ ତାପ ନିୟନ୍ତ୍ରିତ ପାଞ୍ଚଗୋଟି କଟେଜ । ଏଠି ରହିବାକୁ ଚାହୁଁଥିଲେ ଆଗୁଆ ବୁକିଂ କରିବାକୁ ପଡିଥାଏ । କେବଳ ସେତିକି ନୁହେଁ ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ ଏଠାରେ ଚାଲିଛି ହରିନାମ କୀର୍ତ୍ତନ ।

ପୁଣି ଅସ୍ତଗାମୀ ସୂର୍ଯ୍ୟର ସୁନେଲି କିରଣ ଦେଉଛି ଭିନ୍ନ ଏକ ଅନୁଭବ । ପ୍ରକୃତିର ଏତେ ସବୁ ବିଭବକୁ ଛାତିରେ ଧରି ପ୍ରକୃତି ପ୍ରେମୀକୁ ଶୀତଋତୁ ହେଲେ ହାତ ଠାରି ଡାକୁଛି ଡମ୍ବୁରୁଗଡ଼ । ଯିଏ ଥରଟିଏ ଏଠାକୁ ଆସିବ ନିଶ୍ଚୟ ଘଡ଼ିଏ ଅଟକି ଯିବ । ଉଭୟ ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ ଜଣାଶୁଣା ଏହି ଡ଼ମ୍ଭୁରୁଗଡ଼ । ପ୍ରତିଦିନ ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ପିକନିକ କରିବାକୁ ଆସିଥାନ୍ତି । ଏଠାରେ ଭୋଜି କରିବା ସହ ମହାନଦୀର ପାଣି ଗାଧୋଇବା ପାଇଁ ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ । ସେହିପରି ଗିରିବର ଦାସ ବାବାଙ୍କୁ ଦର୍ଶନ କରି ବିଭୁତି ମାଖିବାକୁ ମିଳିଥାଏ ।

ଏଥିପାଇଁ ବର୍ଷର ବିଭିନ୍ନ ସମୟରେ ଭକ୍ତଙ୍କ ସମାଗମ ହୋଇଥାଏ । ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥ ସହାଜପାଲ ଛକ ଠାରୁ କମ୍ପରା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ମାତ୍ର ୫କିମି ଗଲେ ପଡିଥାଏ ଏହି ସୁନ୍ଦରିଆ ପର୍ଯ୍ୟଟନ ସ୍ଥଳୀ । ପରିବାର ସହ ଆସି ବୁଲିବାର ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ । ଏଠି ସେଲ୍ଫି ପଏଣ୍ଟର ଓ ପାର୍କରେ ଫୋଟ ନେବାର ନିଆରା ମଜା ରହିଛି । ଏହା ସହ ବନ ବିଭାଗର ବିଭିନ୍ନ ବନ୍ୟଜନ୍ତୁ ମାନଙ୍କୁ ସ୍ଥାନ ଦିଆଯାଇଛି ।ତେବେ ଆଗାମି ଦିନରେ ଏହି ଇକୋ ଟୁରିଯିମ ସ୍ଥାନକୁ ଆହୁରି ଉନ୍ନତି କରାଯିବ ବୋଲି କହିଛନ୍ତି ସହକାରୀ ବନ ସଂରକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.