Below header

ସାମାନ୍ୟ ଝଗଡ଼ାରୁ ପଥରରେ ଛେଚି ହତ୍ୟା, ଡେଙ୍ଗୁ ହାତରେ ପ୍ରାଣ ଗଲା ପ୍ରଦୀପର

କାମାକ୍ଷାନଗର (କେ ନ୍ୟୁଜ୍‌) : ସାମାନ୍ୟ ଝଗଡ଼ାରୁ ଜଣେ ପାନ ଦୋକାନୀ ତା ଗ୍ରାହକଙ୍କୁ ପଥରରେ ଛେଚି ମାରି ଦେଇଛି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଗଁଦିଆ ଥାନା ବରହମପାଳ ଗ୍ରାମରୁ । ସମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟି ଯାଇଛି। ଗ୍ରାମର ପ୍ରଦୀପ୍ତ ମହାନ୍ତଙ୍କ ସହ ପାନ ଦୋକାନୀ ଡେଙ୍ଗୁ ତିରିଆଙ୍କର କଳି ଝଗଡା ହୋଇଥିଲା। ଏହି ସମୟରେ ଖୁବ୍‌ ରାଗିଯାଇ ଡେଙ୍ଗୁ ଏକ ପଥରରେ ପ୍ରଦୀପ୍ତଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଗଁଦିଆ ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଅଭିଯୁକ୍ତ ଡେଙ୍ଗୁ ତିରିଆ ଫେରାର ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.