ରାଜଧାନୀର ଏକ ଢ଼ାବାରୁ ୫୨ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଭୁବନେଶ୍ୱର(କେ ନ୍ୟୁଜ): ଥମୁନି ବ୍ରାଉନ ସୁଗାର କାରବାର। ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳରୁ ଜବତ ହୋଇଛି ୫୨୦ଗ୍ରାମର ବ୍ରାଉନ ସୁଗର। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତମାଣ୍ଡୋ ଥାନା ଅଧିନରେ ଥିବା ଏକ ଢାବା ଉପରେ ମିଳିତ ଭାବେ ଚଢଉ କରିଥିଲେ ତମାଣ୍ଡୋ ପୋଲିସ ଓ ସ୍ୱତନ୍ତ୍ର ଟିମ । ଏଥିରେ ଜଳେଶ୍ୱର ଅଞ୍ଚଳର ସେକ୍‌ ନସିମୁଦ୍ଦିନ ଓ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ଚିତ୍ତରଞ୍ଜନ ରାଉତରାୟଙ୍କ ଠାରୁ ୫୨୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଥିଲା।

ଏହାସହ ନଗତ ୧୩ହଜାର ୪ଶହ ଟଙ୍କା, ଦୁଇଟି ମୋଟର ସାଇକେଲ ଓ ୪ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ୫୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦିନ କୁ ଦିନ ରାଜଧାନୀରେ ବ୍ରାଉନସୁଗାର ସମେତ ଅନ୍ୟାନ ନିଶା କାରବାର ବଢି ବଢି ଚାଲିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.