ରାମନବମୀରେ ରଥକାଠ ଚିରଟର ଶୁଭାରମ୍ଭ, ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ହେବ ଚିରଟ କାମ

ପୁରୀ(କେନ୍ୟୁଜ୍):  ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ତିନି ରଥ କାଠ ଚିରଟ ପ୍ରକ୍ରିୟା ପରମ୍ପରାକ୍ରମେ ରାମ ନବମୀ ତିଥିରେ ଆଜି ଆରମ୍ଭ ହେବ। କଟକ ଖପୁରିଆ ସରକାରୀ କରତ କଳରେ ଏହି କାଠ ଚିରଟ କରାଯିବ। ସେଥିପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ଚିରଟ କାମ ଆରମ୍ଭ ହୋଇଥାଏ।

ratha katha 2

ରଥ କାଠ ଚିରଟ ପାଇଁ ରଥ ନିର୍ମାଣ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ଆଜି ଟିମ୍‌ କଟକ ଯିବ। ସେଠାରେ କାଠ ପୂଜା ପରେ ୩ଟି ଧଉରା କାଠ ପ୍ରଥମେ ଚିରଟ କରାଯିବ। ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।