Below header

ବାଜପେୟୀ ହେଉଛନ୍ତି ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଦଳୀୟ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବାଜପେୟୀ ହେଉଛନ୍ତି ଆଦର୍ଶବାଦ ଓ ସହନଶୀଳତାର ପ୍ରତୀକ । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଥିଲେ । ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି । ମେଣ୍ଟ ସରକାର ପରିଚାଳନାର କଳା ବାଜପେୟୀ ଜାଣିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବହୁ ବିଧାୟକଙ୍କ ସମେତ ଅନ୍ୟ ଦଳର ନେତା ବି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ । କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମଙ୍କ ସମେତ ବିଜେପିର ବହୁ ନେତା ବି ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.