କେରଳ ଗସ୍ତରେ କିଟ୍‌ର ୭୫ ଜଣ କୁଶଳୀ କର୍ମଚାରୀ

ଭୁବନେଶ୍ବର (କେନ୍ୟୁଜ୍) : କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ବନ୍ୟା ହ୍ରାସ ପାଇଥିବା ବେଳେ ସେଠାରେ ଲକ୍ଷାଧିକ ଘର ଭାଙ୍ଗିଯାଇଛି । ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ବିଜୁଳି ଓ ଜଳ ଯୋଗାଣ ମଧ୍ୟ ବ୍ୟାପକ ମାତ୍ରାରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପୁନରୁଦ୍ଧାର ଓ ଥଇଥାନ କାର୍ୟ୍ୟ ଅପରିହାର୍ୟ୍ୟ ହୋଇପଡିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କେରଳବାସୀଙ୍କ ଏହି ଦୁର୍ଦ୍ଦାଶାକୁ ଅନୁଭବ କରି ତୁରନ୍ତ କିଟରେ କାର୍ୟ୍ୟରତ ୭୫ ଜଣ ଦକ୍ଷ କୁଶଳୀ ବିଦ୍ୟୁତ ଓ ପାଣି କର୍ମଚାରୀ, ବଢେଇ, ୱେଲଡର, ସାପ ଧରାଳୀଙ୍କୁ କେରଳ ପଠାଇଛନ୍ତି । ଗତକାଲି ସମସ୍ତେ କେରଳ ଗସ୍ତ କରିଛନ୍ତି । କର୍ମଚାରୀମାନେ ନିଜ ସାଙ୍ଗରେ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ନେଇଛନ୍ତି । ସେଠାରେ ସେମାନେ ମାସାଧିକ କାଳ ରହି ପୁନରୁଦ୍ଧାର କାର୍ୟ୍ୟରେ ସହଯୋଗ କରିବେ । ପୂର୍ବରୁ ଡକ୍ଟର ସାମନ୍ତଙ୍କ ପରାମର୍ଶ କ୍ରମେ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ-କିମସର ଏକ ଡାକ୍ତରୀଦଳ ସହ ଔଷଧପତ୍ର ଧରି କେରଳ ଯାଇଛନ୍ତି । ସେମାନେ ସେଠାରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ନିୟୋଜିତ ଅଛନ୍ତି ।

 

Leave A Reply

Your email address will not be published.