Below header

ଜିଟିଏସ୍‌ ଫେଲ୍‌, ଛିଡ଼ା ହୋଇଛି ଟ୍ରକ୍‌ : କେନ୍ଦୁଝରରେ ଖଣିଜ ପରିବହନ ଠପ୍‌

କେନ୍ଦୁଝର (କେନ୍ୟୁଜ୍) : ଜିଟିଏସ୍ ଫେଲ୍ କାରଣରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରେ ଛିଡ଼ା ହୋଇଛି ଟ୍ରକ୍ । ଫଳରେ ଖଣିଜ ପଦାର୍ଥ ପରିବହନ ଫେଲ୍ ହୋଇଛି । ୨୦୧୬ ଅକ୍ଟୋବର ୧ ତାରିଖରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ ସରକାର । ଏହି ସିଷ୍ଟମ ଫେଲ୍ ହେଲେ, ଟ୍ରକ୍ ଗେଟିଂ ହୋଇପାରିବ ନାହିଁ । ପୁଣି ଥରେ ଟ୍ୟାଗିଂ କରିବା ପାଇଁ ବହୁତ ସମୟ ଲାଗି ଥାଏ । ଏନେଇ ଗତକାଲି ଏକ ବୈଠକ ହୋଇଥିଲା । ୭ ଦିନ ମଧ୍ୟରେ ସରକାର କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.