ମହାକାଳପଡା ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତ : ୪ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

କେନ୍ଦ୍ରାପଡା (କେନ୍ୟୁଜ୍) : ଡେଉଁଛି ଡେଙ୍ଗୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେରଙ୍ଗ ପଞ୍ଚାୟତର ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୭ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୪ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଁର ଅନେକ ଲୋକ ଜ୍ୱରରେ ପଡିଛନ୍ତି । ସେପଟେ ଏହି ଘଟଣା ଜଣାପଡ଼ିବା ପରେ ସିଡିଏମ୍ଓ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଲୋକଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଅଧିକ ଦିନ ପାଣି ଜମା କରି ନରଖିବା ଓ ମଶାରୀ ଟାଣି ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ସଚେତନା ସହ ଗାଁର ପରିବେଶ ସଫା ସୁତରା ରଖିବା ସହ ଅଳିଆ ଆବର୍ଜନା ସଫା କରିବା ପ୍ରତି ଧ୍ୟାନ ଦେବାକୁଗୁରୁତ୍ୱ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.