ପାରାଦ୍ବୀପ : ଲୋଡର ଅପରେଟର ଓ ହେଲପରଙ୍କ ଆନ୍ଦୋଳନ ସ୍ଥଗିତ

ପାରାଦ୍ବୀପ (କେନ୍ୟୁଜ୍) : ବନ୍ଦରରେ ଲୋଡର ଅପରେଟର ଓ ହେଲପରଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ପାରାଦୀପ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଭାପତି ଓ ଅତିରକ୍ତ ଏସପିଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନକୁ ସ୍ଥଗିତ ରଖଯାଇଛି । ଆଗକୁ ତ୍ରିପାକ୍ଷିକ ଆଲୋଚନା କରି ଦାବି ଗୁଡିକୁ ବିଚାର କରିବାକୁ ନିଷ୍ପତ୍ତି ହୋଇଛି । ଦୀର୍ଘ ଚାରି ଦିନ ହେଲା ବିଭିନ୍ନ ଦାବିରେ ଷ୍ଟିଭେଡରିଂ ଅଧିନରେ ଥିବା କାର୍ୟ୍ୟରତ ଠିକା ଶ୍ରମିକ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ପାରାଦୀପ ବନ୍ଦରରେ ଜାହାଜରୁ ଅନଲୋଡିଂ କି ଲୋଡିଂ ହେଉନଥିବାରୁ ପଣ୍ୟ କାରବାର ସଂପୂର୍ଣ୍ଣ ବନ୍ଦ ହୋଇଥିଲା । କୋଟି କୋଟି ଟଙ୍କାର କ୍ଷତି ସହିଥିଲା ପାରାଦୀପ ବନ୍ଦର ଓ ଷ୍ଟିଭେଡୋରିଂ ସଂସ୍ଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.