Below header

ବାରମ୍ୱାର ପଞ୍ଚାୟତକୁ ଧାଉଁଥିଲେ ବି ହିତାଧିକାରୀଙ୍କୁ ମିଳୁନି ଚାଉଳ

ବାରମ୍ୱାର ପଞ୍ଚାୟତକୁ ଧାଉଁଥିଲେ ବି ପଞ୍ଚାୟତ କତୃପକ୍ଷ ଦେଉନାହଁନ୍ତି ଚାଉଳ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେଇପଦର ଗାଁରୁ ଆସିଛି ଏଭଳି ଅଭିଯୋଗ ।

ସୁବର୍ଣ୍ଣପୁର(କେନ୍ୟୁଜ): ବାରମ୍ୱାର ପଞ୍ଚାୟତକୁ ଧାଉଁଥିଲେ ବି ପଞ୍ଚାୟତ କତୃପକ୍ଷ ଦେଉନାହଁନ୍ତି ଚାଉଳ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେଇପଦର ଗାଁରୁ ଆସିଛି ଏଭଳି ଅଭିଯୋଗ । ଜଣେ ବୁଢୀ ମା’ଙ୍କ ସହିତ ଅନେକ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ରହିଛନ୍ତି ।

ଏବେ ରୋଜଗାର କରିଯିବାକୁ ବୁଢୀ ମାଆ ଟିର ଅଂଟାରେ ଜୁ ନାହିଁ । ଏଣୁ ପଞ୍ଚାୟତରୁ ମିଳୁଥିବା ଚାଉଳ ହିଁ ଏମାନଙ୍କ ସାହା ଭରଷା । ହେଲେ ସରକାରୀ ଚାଉଳ ବି ଚାରି ମାସ ହେଲା ଏମାନଙ୍କ ପାଇଁ ସାତସପନ ହୋଇଯାଇଛି । ଶେଷରେ ନିରାଶ ହୋଇ ଏବେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଛନ୍ତି ।

ଏ ବୃଦ୍ଧା ଜଣଙ୍କ ହେଉଛନ୍ତି ସାଲେଇପଦର ଗାଁର । କେବଳ ଏହି ବୃଦ୍ଧା ନୁହଁନ୍ତି, ଗାଁରେ ଥିବା ୬୫ ଜଣ ହିତାଧିକାରୀଙ୍କୁ ଦୀର୍ଘ ୪ ମାସ ହେଲା ଚାଉଳ ମିଳିନାହିଁ । ଚାଉଳ ପାଇଁ ବାରମ୍ୱାର ଏମାନେ ପଞ୍ଚାୟତକୁ ଧାଉଁଥିଲେ ବି ଚାଉଳ ମିଳୁନଥିବା ଅଭିଯୋଗ ହୋଇଛି । ଏଣୁ ଏବେ ଜିଲ୍ଲାପାଳଙ୍କୁ ଭେଟି ଏହି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.