Below header

କାର ଚକାରୁ ବାହାରିଲା ବିରାଟକାୟ ଅଜଗର, ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ସାପର ଅନେକ ପ୍ରକାରର ଭିଡିଓ ଆମ ସାମ୍ନାକୁ ଆସିଥାଏ, ଯେପରି କେତେବେଳେ ସାପ ଘରେ ପସିଥିବାର ନଜର ଆସିଥାଏ, ତ ଆଉ କେତେବେଳେ ସାପ ସହ ଲୋକମାନେ ଖେଳୁଥିବାର ନଜର ଆସିଥାନ୍ତି । ସମାନ ଭାବେ ଏକ ଘଟଣା ବିଳାସପୂରରେ ଘଟିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବିଳାସ୍‌ପୂର ରେଳ ଷ୍ଟେସନ୍‌ରେ ଏକ ବିରାଟକାୟ ଅଜଗର ଉଦ୍ଧାର ହୋଇଛି ।

ଆପଣମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ବିଚିତ୍ର ଜିନିଷ ଦେଖିବାକୁ ପାଇଥିବେ । ତେବେ ଆମ ସମାଜରେ ଆମେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖିବାକୁ ପାଇଥାଉ । କିନ୍ତୁ ଲୋକମାନେ ସାପ ନାମ ଶୁଣିବା ମାତ୍ରେ ଅଧିକ ଭୟାଭୀତ ହୋଇଯାଆନ୍ତି । ତେବେ ସାପର ଅନେକ ପ୍ରକାରର ଭିଡିଓ ଆମ ସାମ୍ନାକୁ ଆସିଥାଏ, ଯେପରି କେତେବେଳେ ସାପ ଘରେ ପସିଥିବାର ନଜର ଆସିଥାଏ, ତ ଆଉ କେତେବେଳେ ସାପ ସହ ଲୋକମାନେ ଖେଳୁଥିବାର ନଜର ଆସିଥାନ୍ତି ।

ସମାନ ଭାବେ ଏକ ଘଟଣା ବିଳାସପୂରରେ ଘଟିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବିଳାସ୍‌ପୂର ରେଳ ଷ୍ଟେସନ୍‌ରେ ଏକ ବିରାଟକାୟ ଅଜଗର ଉଦ୍ଧାର ହୋଇଛି । ଲୋକମାନେ ବାହାରକୁ ଯିବା ଆସିବା କରିବା ପାଇଁ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି । ତେବେ ଏହି ଘଟଣା ଘଟିବା ପାରେ ବିଳାସ୍‌ପୂର ରେଳ ଷ୍ଟେସନ୍‌ରେ ଲୋକଙ୍କ ଭିଡ ଜମା ହୋଇଯାଇଥିଲା ଏବଂ ସେମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ ।

ତାହେଲେ ଆସନ୍ତୁ ଆମେ ଆପଣଙ୍କୁ ଏହି ବିଷୟରେ ବିଶେଷ ଭାବରେ ଜଣାଇବୁ ଯେ ଏହି ଘଟଣାଟି କେଉଁଠି ଓ କିପରି ହୋଇଥିଲା । ବିଳାସପୁର ରେଳ ଷ୍ଟେସନ କାର ପାର୍କିଂରେ ଗୋଟିଏ କାର ଭିତରେ ଏକ ୬ ଫୁଟ ବିରଟକାୟ ଅଜଗର ଦେଖିବାକୁ ମିଳିଛି । ତେବେ କାରରେ ଅଜଗର ମିଳିବା ପରେ ସମଗ୍ର ରେଳ ଷ୍ଟେସନ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ସେହି ସ୍ଥାନରେ କିଛି ସମୟ ମଧ୍ୟରେ ଲୋକଙ୍କ ଭିଡ଼ ଜମା ହେଲା । ଏହା ପରେ ଲୋକମାନେ ରେସ୍‌କ୍ୟୁ ଟିମ୍‌କୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ରେସ୍‌କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ରେସ୍‌କ୍ୟୁ ଟିମ୍‌ ସୁରକ୍ଷିତ ଭାବେ ଅଜକରକୁ ଉଦ୍ଧାର କରି କାରରୁ ବାହାର କରିଛନ୍ତି ।

ଆପଣମାନେ ଏହି ଫଟୋରେ ସ୍ପଷ୍ଟ ଭାବେ ଦେଖିପାରିବେ ଯେ କିପରି ଗୋଟିଏ ୬ ଫୁଟ ଲମ୍ବର ବିରାଟକାୟ ଅଜଗର କାରର ଚକାରେ ଅଟକି ରହିଥିଲା । ଏହାପରେ ଜଣେ ବ୍ୟକ୍ତି ତାଙ୍କୁ ଅତି ଯତ୍ନର ସହିତ ବାହାରକୁ ବାହାର କରିଥିଲେ । ତେବେ ରେସ୍‌କ୍ୟୁ ଟିମ୍‌ ଅଜଗରକୁ ସୁରକ୍ଷିତ ଭାବେ କାର ଭିତରୁ ବାହାର କରି ଜଙ୍ଗଲରେ ଛାଡ଼ିଦେଇଥିଲେ । ଏହି ସାପଟିକୁ ଭାରତୀୟ ପାଇଥନ୍‌ ଭାବେ ଲୋକମାନେ ଜାଣିଥାନ୍ତି ।

ଦୁନିଆରେ ଆପଣମାନେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ତେବେ ଭାରତୀୟ ରକ୍‌ ପାଇଥନ୍ ହେଉଛି ଅଜଗରର ଏକ ପ୍ରଜାତି । ତେବେ ଜୀବକୁ ଏହି ସାପ ଆକ୍ରମଣ କରିବା ମାତ୍ରେ ବଞ୍ଚିବାର କୌଣସି ସୁଯୋଗ ନଥାଏ । ବର୍ଷା ସମୟରେ ଯେତେବେଳେ ପ୍ରବଳ ବର୍ଷା ହୋଇଥାଏ, ସେତେବେଳେ ଏହି ସାପମାନଙ୍କୁ ଅଧିକ ଦେଖିବାକୁ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.