ଓଡ଼ିଶାରେ ପ୍ରଥମ ଥର ପାଇଁ ୩୫ ଫୁଟ୍ ଫାଇବରରେ ନିର୍ମିତ ଶିବଙ୍କ ଧ୍ୟାନମଗ୍ନ ମୂର୍ତ୍ତି, ଆରଡିରେ ଚାଲିଛି ନିର୍ମାଣ
ପବିତ୍ର ଜାଗର ଯାତ୍ରା ଅବସରରେ ଦେବ ଦେବ ମହାଦେବଙ୍କ ପାଇଁ ନିର୍ମାଣ ଚାଲିଛି ୩୫ ଫୁଟର ବିଶାଳ ଫାଇବର ମୂର୍ତ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ବଡ଼ ବିଶାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି କଟକ କାଠଗଡା ସାହି ଅଞ୍ଚଳର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଲଷ୍ମୀଧର ମହାରଣା ।

କଟକ(କେନ୍ୟୁଜ): ପବିତ୍ର ଜାଗର ଯାତ୍ରା ଅବସରରେ ଦେବ ଦେବ ମହାଦେବଙ୍କ ପାଇଁ ନିର୍ମାଣ ଚାଲିଛି ୩୫ ଫୁଟର ବିଶାଳ ଫାଇବର ମୂର୍ତ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏତେ ବଡ଼ ବିଶାଳ ମୂର୍ତ୍ତି ନିର୍ମାଣ କରୁଛନ୍ତି କଟକ କାଠଗଡା ସାହି ଅଞ୍ଚଳର ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଲଷ୍ମୀଧର ମହାରଣା ।
ତାଙ୍କ ଟିମ୍ ସଦସ୍ୟଙ୍କ ନେତୃତ୍ୱରେ ଦୀର୍ଘ ୫ ମାସ ହେବ ୫୦ ରୁ ଊର୍ଦ୍ଧ୍ଵ କାରୀଗରଙ୍କୁ ନେଇ ଚାଲିଛି ମହାଦେବଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି । ମହାଦେବଙ୍କ ମୂର୍ତ୍ତି ସହ ତ୍ରୀଶୂଳ, ଚନ୍ଦ୍ର, ବାଘ ଛାଲ, ଅର୍ଦ୍ଧ ଚନ୍ଦ୍ର, ରୁଦ୍ରାକ୍ଷା, ମସ୍ତକରେ ଦେବୀ ଗଙ୍ଗାଙ୍କ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ପାଖାପାଖି ୯୦% ପ୍ରତିଶତ ଭାଗ ସାରିଥିବା ବେଳେ ଡାଇସ୍ ଏବେ ଖୋଲା ଯାଇ ଆରଡ଼ିକୁ ନେବା ପାଇଁ ଆରମ୍ଭ ହେଲାଣି । ସେହିଠାରେ ପ୍ରତିଷ୍ଠା ପାଇବେ ବାବା ଭୋଳା ଶଙ୍କର ।
ଏବେ ସାରା ରାଜ୍ୟରେ ଚାଲୁଥିବା ବିଭିନ୍ନ ମନ୍ଦିର ଗୁଡିକର ରୂପାନ୍ତିକରଣ କାର୍ଯ୍ୟ ଚାଲୁରହିଛି । ଆରଡ଼ିଙ୍କ ପୀଠରେ ମଧ୍ୟ ଏହି ରୁପାନ୍ତିକରଣ କାର୍ଯ୍ୟ ଚାଲୁରହିଛି ଏବଂ ଆରଡ଼ିରେ ସ୍ଥାପନା ହେବ ଏହି ୩୫ ଫୁଟ୍ ର ଶିବ ମୂର୍ତ୍ତି । ଭୁବନେଶ୍ୱରର ଏକ ସଂସ୍ଥା ଏହାର କାର୍ଯ୍ୟ କରିବା ନିମନ୍ତେ ଲଷ୍ମୀଧରଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ବାଲି ମାଟି ଅଖାରେ ଫାଇବର, ହାଡନର, କୋବଲଟ, ମ୍ୟାଟ, ରିଜିନ, ପିଗମେଣ୍ଟ, ମାର୍ବଲ ଡଷ୍ଟ ଆଦି ବିଭିନ୍ନ ସାମଗ୍ରୀରେ ଏହାକୁ ପ୍ରସ୍ତୁତ କରାଯାଇଛି ।
ଏହି ମୂର୍ତ୍ତିଟି ସମ୍ପୂର୍ଣ୍ଣ ସୁରକ୍ଷିତ ହେଲା ଭଳି କାର୍ଯ୍ୟ କରାଯାଇଛି । ଆରଡ଼ି ପୀଠରେ ବନିଥିବା ୧୦ ଫୁଟ ଉଚ୍ଚାତରେ ଷ୍ଟ୍ରକଚର ଉପରେ ସ୍ଥାପିତ କରାଯିବ ଏହି ବିଶାଳକାୟ ମହାଦେବଙ୍କ ମୂର୍ତ୍ତି । ଯାହାକି ଘଡଘଡି, ବର୍ଷାରେ କିଛି କ୍ଷତି ହେବ ନାହିଁ । ଏକ ବିଶାଳ ଲୁହା ଷ୍ଟ୍ରକଚରରେ ଏହା ସୁରକ୍ଷିତ ଭାବେ ରହିବ ।
ମୂର୍ତ୍ତି ଯେଉଁ ସ୍ଥାନରେ ସ୍ଥାପନ କରାଯିବ ତାର ଚର୍ତୁପାର୍ଶ୍ୱକୁ ମଧ୍ୟ ସୌନ୍ଦର୍ଯ୍ୟ କରଣ କରାଯିବ ନେଇ ଲକ୍ଷ ରଖାଯାଇଛି । ତେବେ ଆଗରୁ ବିଭିନ୍ନ କୀର୍ତ୍ତିମାନ ମୂର୍ତ୍ତି ନିର୍ମାଣ କରି ଦେଶ ବିଦେଶରେ ପରିଚିତ ସୃଷ୍ଟି କରିଥିବା ଲଷ୍ମୀଧର ରଣା ୩୫ଫୁଟ ରେ ମହାଦେବ ଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ଭକ୍ତ ଭଗବାନଙ୍କ ଭାବକୁ ଯୋଡି ପାରିବ ବୋଲି ଆଶା ରଖିଛନ୍ତି ।