ଆଇପିଏଲରେ ଖେଳିବେ ରିଷଭ ପନ୍ତ, କିନ୍ତୁ କରିବେନି ଓ୍ଵିକେଟ କିପିଂ

୨୬ ବର୍ଷୀୟ ପନ୍ତ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ କରିବାକୁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ସେ ଟିମରେ ବ୍ୟାଟର ଭାବେ ଖେଳିବେ । ତାଙ୍କ ସ୍ଥାନରେ ଅନ୍ୟ ଖେଳାଳି ଓ୍ଵିକେଟ କିପିଂ କରିବେ ।

ଷ୍ଟାର କି୍ରକେଟର ରିଷଭ ପନ୍ତ ଖୁବଶୀଘ୍ର କ୍ରିକେଟ ମଇଦାନକୁ ଫେରୁଛନ୍ତି । ଆଗାମୀ ଆଇପିଏଲରେ ପୁଣିଥରେ ପଡିଆକୁ ଫେରିବେ । ରିଷଭ ବେଙ୍ଗାଲୁରୁ ପାଖରେ ଥିବା ଅଲୁରରେ ଏକ ଓ୍ଵାର୍ମଅପ୍‌ ମ୍ୟାଚ୍‌ ଖେଳିବା ପାଇଁ ଆସିଥିଲେ ପନ୍ତ । ଆଉ ଯାହାକୁ ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି ।

ରିପୋର୍ଟ ମୁତାବକ, ବିସିସିଆଇ ଏବଂ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ ସଂକେତ ଦେଇଛି କି, ୨୬ ବର୍ଷୀୟ ପନ୍ତ ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ କରିବାକୁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ସେ ଟିମରେ ବ୍ୟାଟର ଭାବେ ଖେଳିବେ । ତାଙ୍କ ସ୍ଥାନରେ ଅନ୍ୟ ଖେଳାଳି ଓ୍ଵିକେଟ କିପିଂ କରିବେ ।

ଭାଇରଲ ହେଉଥିବା ଏହି ଭିଡିଓରେ ଋଷଭ ଦମଦାର ଶଟ୍ ଖେଳୁଥିବାର ଦେଖାଯାଇଛି । ପୂର୍ବ ଭଳି ଫିଟନେସ ସହ ବ୍ୟାଟିଂ କରି ବଡ଼ ବଡ଼ ଶଟ୍ ଖେଳୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହାସହିତ ୱିକେଟ କିପିଙ୍ଗରେ ମଧ୍ୟ ନିଜର ପୁରୁଣା ସ୍କିଲ୍ ଦେଖାଇଛନ୍ତି । ଏହି ଭିଡିଓ ଜରିଆରେ ନିଜର ଫିଟନେସ ଉପରେ ଏକ ବଡ଼ ଅପଡେଟ ଦେବା ସହ ଆଇପିଏଲକୁ ଫେରିବାର ସଂକେତ ମଧ୍ୟ ଦେଇଛନ୍ତି ରିଷଭ ।

ପନ୍ତ ଏବେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିହାବରେ ରହିଛନ୍ତି । ଗତ ମାସରେ ଲଣ୍ଡନରେ ଚିକିତ୍ସିତ ହୋଇଥିଲେ, ଯାହାର ବ୍ୟବସ୍ଥା ବିସିସିଆଇ କରିଥିଲା । ତେବେ ପନ୍ତ ଖେଳିବା ପାଇଁ NCA ଠାରୁ କ୍ଲିୟରାନ୍ସ ନେବାକୁ ହେବ । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ରିକି ପଏଣ୍ଟିଂ ନିକଟରେ ସୂଚନା ଦେଇଥିଲେ ।

 

View this post on Instagram

 

A post shared by Rishabh Pant (@rishabpant)

ସୂଚନାଯୋଗ୍ୟ, ରିଷଭ ପନ୍ତ ଗତବର୍ଷ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ । ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ । ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.