ମଧ୍ୟପ୍ରଦେଶ: ପରୀକ୍ଷା କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀଙ୍କୁ ଜଗିଲେ ୮ କର୍ମଚାରୀ, ଫଟୋ ଭାଇରାଲ

ମଧ୍ୟପ୍ରଦେଶର ଅଶୋକନଗରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟାଳୟର ସବୁଠୁ ବଡ଼ ପରୀକ୍ଷା କେନ୍ଦ୍ର ସରସ୍ୱତୀ ଶିଶୁ ମନ୍ଦିରରେ କେବଳ ଜଣେ ହିଁ ଛାତ୍ରୀ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି ।

ମଧ୍ୟପ୍ରଦେଶର ଅଶୋକନଗରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟାଳୟର ସବୁଠୁ ବଡ଼ ପରୀକ୍ଷା କେନ୍ଦ୍ର ସରସ୍ୱତୀ ଶିଶୁ ମନ୍ଦିରରେ କେବଳ ଜଣେ ହିଁ ଛାତ୍ରୀ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ଯେ ପରୀକ୍ଷା ଦେବା ସମୟରେ ଛାତ୍ରୀଙ୍କୁ ଜଗିବା ପାଇଁ ୮ ଜଣ ସରକାରୀ କର୍ମଚାରୀ ମୁତୟନ ରହିଥିଲେ ।

ରାଜ୍ୟରେ ବର୍ତ୍ତମାନ ବୋର୍ଡ ପରୀକ୍ଷା ଚାଲିଛି । ଏହାରି ଭିତରେ ଅଶୋକନଗର ଜିଲ୍ଲାରୁ ଏହି ରୋଚକ ମାମଲା ସାମ୍ନାକୁ ଆସିଛି । ଅଶୋକନଗରର ମୁଙ୍ଗାଭଲି ବିଦ୍ୟାଳୟରେ ସଂସ୍କୃତ ବିଷୟରେ କେବଳ ଜଣେ ହିଁ ଛାତ୍ରୀ ପରୀକ୍ଷା ଦେବାକୁ ପହଞ୍ଚିଥିଲେ, ଯାହାଙ୍କ ପାଇଁ ୮ ଜଣ କର୍ମଚାରୀଙ୍କ ଡ୍ୟୁଟି ପଡ଼ିଥିଲା ।

ପଠାରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । କେନ୍ଦ୍ରରେ ମୋଟ ୮୫୮ ଜଣ ଛାତ୍ରଛାତ୍ରୀ ପେପର୍‌ ଦେଉଥିଲେ । କିନ୍ତୁ ସେଠି ଏମିତି ଏକ ଶ୍ରେଣୀ ଥିଲା, ଯେଉଁଠି କେବଳ ଜଣେ ହିଁ ଛାତ୍ରୀ ମନିଷା ଅହିରଓ୍ଵାର ପରୀକ୍ଷା ଦେଇଥିଲେ । ଛାତ୍ରୀ ଜଣକ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଥିଲେ । ଦ୍ୱାଦଶ ଶ୍ରେଣୀର ସଂସ୍କୃତ ବିଷୟ ପରୀକ୍ଷା ପାଇଁ ଜିଲ୍ଲାରେ ୨୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ପରୀକ୍ଷା କେନ୍ଦ୍ରରେ ଜିଲ୍ଲାପାଳଙ୍କ ପ୍ରତିନିଧି, ପର୍ଯ୍ୟବେକ୍ଷକ, କେନ୍ଦ୍ର ଅଧ୍ୟକ୍ଷ, ସହାୟକ କେନ୍ଦ୍ର ଅଧ୍ୟକ୍ଷ ଏବଂ ପୋଲିସ କର୍ମୀଙ୍କ ସହ ୨ ଜଣ ଚପରାସିଙ୍କୁ ମୁତୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.