ଗ୍ୟାସ୍ ଓ ଏସିଡିଟି ସମସ୍ୟା ଯୋଗୁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ ମିଳିବ ଆରାମ
ଗ୍ୟାସ୍ ଏବଂ ଏସିଡିଟି ଯୋଗୁ ଲୋକମାନଙ୍କ ଅବସ୍ଥା ବହୁତ ଖରାପ ରହୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯେତେବେଳେ ପେଟରେ ମିଳୁଥିବା ଏସିଡିକ୍ ପଦାର୍ଥ ଖାଦ୍ୟ ପାଇପ୍ ଭିତରକୁ ପ୍ରବେଶ କରେ, ସେତେବେଳେ ଏହା ଏସିଡିକ୍ ସମସ୍ୟା ସୃଷ୍ଟି କରିଥାଏ । ଏହା କେବଳ ଶରୀରରେ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସକ୍ଷମ ହେଉନାହାନ୍ତି । ଏହା ସହ ଖାଇବା ପିଇବା ଅଭ୍ୟାସ ଯୋଗୁ ମଧ୍ୟ ଅସୁବିଧା ହେଉଛି, ଯାହାଦ୍ୱାରା ପ୍ରତିଦିନ ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାର ସାମ୍ନା କରିବାକୁ ପଡୁଛି । ତେବେ ଗ୍ୟାସ୍ ଏବଂ ଏସିଡିଟି ଯୋଗୁ ଲୋକମାନଙ୍କ ଅବସ୍ଥା ବହୁତ ଖରାପ ରହୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଯେତେବେଳେ ପେଟରେ ମିଳୁଥିବା ଏସିଡିକ୍ ପଦାର୍ଥ ଖାଦ୍ୟ ପାଇପ୍ ଭିତରକୁ ପ୍ରବେଶ କରେ, ସେତେବେଳେ ଏହା ଏସିଡିକ୍ ସମସ୍ୟା ସୃଷ୍ଟି କରିଥାଏ । ଏହା କେବଳ ଶରୀରରେ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ପେଟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ଏସିଡିଟି ଯୋଗୁ ଲୋକମାନଙ୍କୁ ଖଟା ଢିକାର, ପେଟ ଫୁଲିବା, ଛାତି ଏବଂ ପେଟରେ ଜଳିବା ଭଳି ଅନୁଭବ ହୋଇଥାଏ । ଏପରି ପରିସ୍ଥିତିରେ ଆପଣମାନେ କିଛି ଘରୋଇ ଉପଚାର ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ଏସିଡିଟିକୁ ଏଡାଇବା ପାଇଁ କେଉଁ ସବୁ ଘରୋଇ ଉପଚାର ରହିଥାଏ, ତାହା ଜାଣିବା ।
ଲାଉ ଓ ତୁଳସୀ ରସ ପିଅନ୍ତୁ : ଏସିଡିଟିରୁ ମୁକ୍ତି ପାଇବା ପାଇଁ ଡାଏଟ୍ରେ ଆପଣ ଲାଉ ଓ ତୁଳସୀ ଜୁସ୍ ସାମିଲ କରିବା ବହୁତ ଭଲ ହୋଇଥାଏ । ତେବେ ଏସିଡିଟିରୁ ମୁକ୍ତି ପାଇବା ପାଇଁ ଲାଉ ଓ ତୁଳସୀ ରସ ବହୁତ ପ୍ରଭାବଶାଳୀ ହୋଇଥାଏ ।
ବେଲ ପଣା ବହୁତ ଉପକାରୀ : ବେଲ ରସ ମଧ୍ୟ ଏହିଡିଟି ପାଇଁ ବହୁତ ଲାଭଦାୟକ ହୋଇଥାଏ । ବାସ୍ତବରେ ବେଲର ରସ ପେଟ ଜଳିବାକୁ କମ୍ କରେ । ତେଣୁ ଆପଣ ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।
ମେଥି ଖାଆନ୍ତୁ : ଗ୍ୟାସ୍ ସମସ୍ୟା ଦୂର କରିବାରେ ମେଥି ଅତ୍ୟନ୍ତ ଲାଭଦାୟକ । ମେଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ ।
ମେଥି ପାଣି ପିଅନ୍ତୁ : ମେଥି ପାଣି କେବଳ ଡାଇବେଟିସ୍ରେ ପ୍ରଭାବଶାଳୀ ନୁହେଁ ବରଂ ଗ୍ୟାସ ଭଳି ସମସ୍ୟାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତେବେ ରାତିସାରା ୧ ଗ୍ଲାସ ପାଣିରେ ଅଧା ଚାମଚ ମେଥି ଭିଜାନ୍ତୁ । ପ୍ରତିଦିନ ସକାଳେ ଏହି ପାଣିକୁ ଫୁଟାନ୍ତୁ ଏବଂ ଏହାକୁ ଫିଲ୍ଟର୍ କରନ୍ତୁ ଏବଂ ଏହାକୁ ପିଅନ୍ତୁ । ଖାଲି ପେଟରେ ଫିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।
ଖାଦ୍ୟକୁ ସଠିକ୍ ଭାବରେ ଚୋବାନ୍ତୁ : ଯଦି ଆପଣ ଖାଦ୍ୟକୁ ସଠିକ୍ ଭାବେ ଚୋବାଇ ଖାଇବେ, ତେବେ ଆପଣଙ୍କୁ ଗ୍ୟାସ୍ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ତେଣୁ ଖାଇବା ସମୟରେ ଖାଦ୍ୟକୁ ସଠିକ୍ ଭାବରେ ଚୋବାନ୍ତୁ । ଯଦି ଆପଣ ଖାଦ୍ୟକୁ ସଠିକ୍ ଭାବେ ଚୋବାଇକି ଖାଇବେ, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟକୁ ମଧ୍ୟ ଠିକ୍ ରଖିଥାଏ ।